ବଢ଼ିଲା ସୌରୀନଙ୍କ ଅଡୁଆ: ଆଗୁଆ ଜାମିନ ଆବେଦନ ଖାରଜ

କଟକ: ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡୁଆ ବଢିଛି | ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି | ଗିରଫଦାରୀ ଏଡ଼ାଇବାକୁ ସେ ଆଗୁଆ ଜାମିନ ଆବେଦନ କରିଥିଲେ | ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ ହୋଇପାରନ୍ତି | ସୂଚନା ଅନୁଯାୟୀ, ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଂଗିନ ଅଭିଯୋଗ ମହିଳା ଥାନାରେ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଜୁନ ୨୧ରେ କୋଲକାତା ସହରର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। ଆଉ ଜୁନ ୨୬ରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇବା ପରେ‌ ସୌରିନ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ। ତେବେ ଅଗଷ୍ଟ ୨୬ରେ ପୁଣି ହାଇକୋର୍ଟ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିଲା | ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୌରିନଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ କେସ୍ ଡାଏରି ଦାଖଲ କରାଯିବା ସହିତ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା। ଏଥି ସହିତ ସିଆରପିସିର ଧାରା ୧୬୪ରେ ରେକର୍ଡ କରାଯାଇଥିବା ପୀଡିତାଙ୍କ ବୟାନର କପି ହାଇକୋର୍ଟରେ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ ସୌରିନ ପୁଲିସ ନିକଟରେ ହାଜର ହୋଇଥିବା ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ଏନେଇ ରାୟ ପ୍ରକାଶ ପାଇଥିବାବେଳେ ଜାମିନ ଆବେଦନକୁ ଖାରଜ କରାଯାଇଛି |

gpkandhamal

ଉଲ୍ଲେଖଯୋଗ୍ୟ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବେଶ କେତେଟି ଓଡ଼ିଆ ଛବିରେ କଣ୍ଠଦାନ କରି ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛନ୍ତି। ସେ ଗାଇଥିବା ଗୀତ ମଧ୍ୟରେ ଦିନେ ଏଇ ରଙ୍ଗ….(ମୁଁ ଏକା ତୁମର), ଓ ପ୍ରିୟାରେ ଓ ସାଥୀରେ…(ଅଭିମନ୍ୟୁ), ଦେ ଦେ ଦେ ମୋ ମାଲଟା ଦେ…(ଆଖିରେ ଆଖିରେ), ମୁଁ ତୋ ହୀରୋ ଗୋରୀ…(ହୀରୋ-ଏକ ପ୍ରେମ କଥା) ଓ କାଞ୍ଚିରେ କାଞ୍ଚିରେ…(ହୀରୋ ନମ୍ବର ଓ୍ବାନ୍) ଆଦି ବେଶ୍ ଲୋକପ୍ରିୟ।

Umasankar Adv
Leave A Reply

Your email address will not be published.