ବ୍ଲାକ୍‌ ଜ୍ୟାକେଟ୍‌ ଗ୍ୟାଙ୍ଗ୍‌ର ଖେଳ ଖତମ୍‌: ୪ କୁଖ୍ୟାତ ଲୁଟେରା ଗିରଫ

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ କରି ମୁଣ୍ଡବ୍ୟଥାର କାରଣ ପାଲଟିଥିବା ‘ବ୍ଲାକ ଜ୍ୟାକେଟ୍‌’ ଗ୍ୟାଙ୍ଗକୁ ଶେଷରେ କମିସନରେଟ୍‌ ପୁଲିସ କାବୁ କରିଛି। ବେଶ୍‌ କିଛିଦିନ ପୁଲିସକୁ ଚକ୍‌ମା ଦେଖାଇବା ପରେ ଏହି ଗ୍ୟାଙ୍ଗ୍‌ର ୪ ସଦସ୍ୟ ପୁଲିସ ହାତରେ ଧରା ପଡ଼ିଛନ୍ତି। ସେମାନେ ହେଲେ କ୍ୟାପିଟାଲ୍‌ ଥାନା ବାପୁଜୀନଗର କେଦାପଲ୍ଲୀ ବସ୍ତିର ସନ୍ତୋଷ ନାୟକ ଓରଫ ରକେଟ୍‌ (୨୮), ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ରଶ୍ମୀରଂଜନ ନାଏକ ଓରଫ ମାନସ (୩୧), ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ବୁଲୁ ନାଏକ ଓରଫ ଗୁଲୁ (୨୮) ଓ ଇଟାମାଟି ଅଞ୍ଚଳର ସର୍ବେଶ୍ବର ଗୋଚ୍ଛାୟତ ଓରଫ ଟିକି(୨୮)।

gpkandhamal

ସେମାନଙ୍କ ପାଖରୁ ୪୦୦ ଗ୍ରାମ ଓଜନର ୩୦ଟି ସୁନାଚେନ୍‌, ୩ଟି ସ୍ପିଡ୍‌ ବାଇକ୍‌, ବ୍ଲାକ ଜ୍ୟାକେଟ୍‌, ମୋବାଇଲ୍‌ ଓ ଗୋଲ୍ଡ ଲୋନ୍‌ କାଗଜପତ୍ର ଆଦି ଜବତ ହୋଇଛି। ଜାମିନ ଖାରଜ ହେବାରୁ ଏ କୁଖ୍ୟାତ ଲୁଟେରାମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଗ୍ୟାଙ୍ଗ୍‌ ନାଁରେ ସହିଦନଗର ଥାନାରେ ୯ଟି, ନୂଆପଲ୍ଲୀ ଥାନାରେ ୩ଟି ସମେତ ରାଜଧାନୀର ବିଭିନ୍ନ ଥାନାରେ ଆହୁରି ଏକାଧିକ ଅପରାଧିକ ମାମଲା ରହିଛି। ଗ୍ୟାଙ୍ଗ ବାବଦରେ ଅଧିକ ତଥ୍ୟ ହାସଲ କରିବାକୁ ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯାଇପାରେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

Umasankar Adv
Leave A Reply

Your email address will not be published.