୧୭ ବର୍ଷିଆ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା ଆଦେଶ “ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ”
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଅନୀତା ସାହୁ ଏକ ୧୭ ବର୍ଷିଆ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ୧୦ ଜଣ ସାକ୍ଷୀ ,ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ଧର୍ମେନ୍ଦ୍ର ପାତ୍ର ୨୭ବର୍ଷ ପିତା ରବି ପାତ୍ର, ଶ୍ରୀରାମପୁର, କୋଟଗଡ଼କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ତିନିମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ପୋସ୍କୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ। ସୂଚନା ଅନୁସାରେ ପୀଡ଼ିତା ଭଉଣୀ ମାନଙ୍କ ସହ ରାତିରେ ଶୋଇଥିବା ବେଳେ ପ୍ରାୟ ରାତି ଦୁଇଟାରେ ଅଭିଯୁକ୍ତ ଘରେ ପଶି ପୀଡ଼ିତାକୁ ଦୁଷ୍କର୍ମ ଉଦ୍ୟମ କଲାବେଳେ ପୀଡ଼ିତା ପାଟି କରିବାରୁ ଘରୁ ବାହାରି ଧାଇଁ ପଳେଇବା ବେଳେ ପୀଡିତା ପିତା ଏବଂ ଅନ୍ୟ ମାନଙ୍କ ହାତରେ ଧରାପଡ଼ିଥିଲା ଏବଂ ଏ ସ°କ୍ରାନ୍ତ ରେ କୋଟଗଡ଼ ଥାନା ରେ ଲିଖିତ ଅଭିଯୋଗ କରାଯାଇଥିଲା। ଥାନାଧିକାରୀ ମାମଲାକୁ ଥାନା କେଶ୍ ନ°-୩୮/୦୯.୦୭.୨୦୧୫ ରେ ରେଜିଷ୍ଟ୍ରି କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ତା ୦୫.୦୯.୨୦୨୩ରିଖରେ ବିଚାରପତି ମହାଶୟା ରାୟ ପ୍ରକାଶ କରିଛନ୍ତି।