ଥଣ୍ଡା ପାନୀୟରେ ନିଶା ଦେଇ ୪ ଛାତ୍ରଙ୍କଠାରୁ ଲୁଟ, କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି

କଣ୍ଟାବାଞ୍ଜି: ନିଶା ଦ୍ରବ୍ୟ ଦେଇ ରେଳ ଯାତ୍ରୀଙ୍କଠାରୁ ଲୁଟ | ଲୁଟେରାଙ୍କ ଟାର୍ଗେଟରେ ଛାତ୍ର | ବଲାଙ୍ଗୀର କଣ୍ଟାବାଞ୍ଜି ରେଳଷ୍ଟେସନ୍ରୁ ଅଚେତ ଅବସ୍ଥାରେ ଆଜି ୪ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ସମ୍ବଲପୁରରୁ ପରୀକ୍ଷା ଦେଇ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ୪ ଜଣ ଛାତ୍ର ଓହ୍ଲାଇ ରେଳଷ୍ଟେସନରେ ବସିଥିଲେ | ଏହି ସମୟରେ ଜଣେ ଅଚିହ୍ନା ଲୋକ ଥଣ୍ଡା ପାନୀୟରେ ନିଶା ଦେଇଥିଲା |

gpkandhamal

ସମୁଦାୟ ୫ ଜଣ ଛାତ୍ର ଥିବାବେଳେ ୪ ଜଣ ଥଣ୍ଡାପାନୀୟ ପିଇଥିଲେ | ତେବେ ଏହାପରେ ୪ ଜଣ ଅଚେତ ହୋଇ ପଡିଯାଇଥିଲେ | ୪ ଜଣଙ୍କ ମୋବାଇଲ ଓ ପର୍ସ ଗାୟବ ଥିବାବେଳେ ଜଣେ ଛାତ୍ରଙ୍କ ପତ୍ତା ମିଳୁନାହିଁ | ୩ ଜଣ ଛାତ୍ର ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି |

Umasankar Adv
Leave A Reply

Your email address will not be published.