ସବୁ ଗାଡିପାଇଁ ନୂଆ ନିୟମ

ଭୁବନେଶ୍ୱର – ସଡକ ସୁରକ୍ଷା ଏବଂ ଜୀବନ ରକ୍ଷା ପାଇଁ ଏବେ ଗାଡିମାନଙ୍କରେ ବିଭିନ୍ନ ସୁରକ୍ଷା ଯନ୍ତ୍ର ସାମିଲ କରାଯାଉଛି । ଏବେ ସମସ୍ତ ନୂଆ ଗାଡିମାନଙ୍କରେ ଟ୍ରାକିଂ ତଥା ସେଫ୍ଟି ଡିଭାଇସ୍‌ -ଭିଏଲ୍‌ଡିଟି ସିଷ୍ଟମ ଲଗାଇବା ବାଧ୍ୟତାମୂଳକ କରାଯିବ । ନହେଲେ ଅକ୍ଟୋବର ୧ ତାରିଖ ପରଠାରୁ ଏହାର ପଞ୍ଜିକରଣ ବା ରେଜିଷ୍ଟ୍ରେସନ୍‌ ହେବ ନାହିଁ ବୋଲି ଜଣା ପଡିଛି । ପୂର୍ବରୁ ଯେଉଁମାନଙ୍କର ଗାଡି ପଞ୍ଜି କରଣ ହୋଇଛି ସେମାନଙ୍କ ଗାଡିରେ ଏହି ଡିଭାଇସ୍‌ ଲଗାଇବା ପାଇଁ କୁହାଯାଇଛି ।

gpkandhamal

ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଛି । ଗାଡିମାନଙ୍କର ଟ୍ରାକିଂ, ପାନିକ ବଟନ ଲଗାଇବା ପାଇଁ କୁହାଯାଇଛି । ମହିଳା ଏବଂ ଶିଶୁମାନଙ୍କର ସୁରକ୍ଷା ପାଇଁ ଏହା ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଉଛି । ଦୁଇ ଚକିଆଠାରୁ ଆରମ୍ଭ କରି ସମସ୍ତ ଗାଡିରେ ଏହାକୁ ଲଗାଇବା ପାଇଁ କୁହାଯାଇଛି । ପରିବହନ ବିଭାଗର ଓ୍ୱେବସାଇଟ୍‌କୁ କ୍ଷମତାପ୍ରାପ୍ତ ବିକ୍ରେତାଙ୍କ ଠାରୁ ଏହାକୁ କିଣିବା ପାଇଁ କୁହାଯାଇଛି ।

Umasankar Adv
Leave A Reply

Your email address will not be published.