ବାକି ଟଙ୍କା ମାଗିବାରୁ ଦୋକାନ ଉପରେ ଚଢାଇ ଦେଲା ଗାଡି 

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଜେନାପଦାଦଳ ଗ୍ରାମରେ ପୂର୍ବ ଶତ୍ରୁତା ତଥା ବାକି ଟଙ୍କା ମାଗିବାରୁ ଦୋକାନ ଉପରେ ଚଢାଇ ଦେଲା ଗାଡି ।  ଜେନାପଦାଦଳ ଗ୍ରାମର ପଙ୍କଜ ନାୟକ ଏକ ସିମେଣ୍ଟ ଟ୍ରକ ଚଲାଏ । ତିନିଦିନ ପୂର୍ବରୁ କୌଣସି କାରଣରୁ ଗ୍ରାମର ସମୀର ନାୟକ ସହ ପଙ୍କଜର ପାଟିତୁଣ୍ଡ ହୋଇଥିଲା । ଶୁକ୍ରବାର ସମୀର ବାକି ଟଙ୍କା ମାଗିବାରୁ ପଙ୍କଜ ସହ ବଚସା ହୋଇଥିଲା ।

ପରେ ରାତିରେ ସେ ଚଳାଉଥିବା ୧୪ ଚକିଆ  ନେଇ ସମୀର ଦୋକାନ ଉପରେ ଚଢାଇ ଦେଇଥିଲା। ସମୀର ଏକ ପାନ ଦୋକାନ ସହ ଭେରାଇଟି ଷ୍ଟୋର କରିଥିଲେ। ଟ୍ରକ ଚଢିଯିବାରୂ ସମୀରଙ୍କର ଦୋକାନଟି ଭାଙ୍ଗିରୁଜି ଚୁରମାର ହୋଇଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି । ଉପସ୍ଥିତ ଥିବା ଲୋକ ମାନେ ପଙ୍କଜର ଏଭଳି କାଣ୍ଡ ଦେଖି ପଙ୍କଜକୁ ବାଡାବାଡି କରିଥିଲେ ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ପଙ୍କଜକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Umasankar Adv
Leave A Reply

Your email address will not be published.