ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା: ସହରସାରା ଉଦ୍ଦୀପନା

ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଉତ୍ସବ ପୂର୍ବରୁ ‘ସମ୍ବାଦ ଓ ଆମ ଓଡ଼ିଶା’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତାକୁ ନେଇ ଆଜି ରାଜଧାନୀରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପୁରୁଣା ଭୁବନେଶ୍ବର, କେନ୍ଦ୍ରୀୟ ଭୁବନେଶ୍ବର, ରସୁଲଗଡ଼, ଚନ୍ଦ୍ରଶେଖରପୁର ଓ ଖଣ୍ଡଗିରି ଆଦି ଅଞ୍ଚଳରୁ ହଜାର ହଜାର ଛାତ୍ରଛାତ୍ରୀ ବେଶ୍‌ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନଙ୍କ ଭିତରେ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା, ଅଭିଭାବକମାନଙ୍କ ଭିତରେ ସେତିକି ଉଦ୍ଦୀପନା ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବା ବେଳେ ଅଭିଭାବକମାନେ ପିଲାଙ୍କୁ ଧରି ସକାଳ ୯ଟା ପୂର୍ବରୁ ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚିସାରିଥିଲେ। ବହୁ ଛାତ୍ରଛାତ୍ରୀ ନିଜ ଅଭିଭାବକମାନଙ୍କ ସହ ପରୀକ୍ଷା କେନ୍ଦ୍ରକୁ ଆସିଥିବା ବେଳେ ଅନେକ ସ୍କୁଲ୍‌ ଶିକ୍ଷକ ନିଜ ତତ୍ତ୍ବାବଧାନରେ ପିଲାଙ୍କୁ ନେଇ ଆସିଥିଲେ। ସବୁ କେନ୍ଦ୍ରରେ ପ୍ରତିଯୋଗୀମାନେ ବେଶ୍ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.