ମହାନଦୀରେ ବନ୍ୟା ଆଶଙ୍କା, ୪୧ ନଦୀକୂଳିଆ ଗାଁକୁ ସତର୍କ ସୂଚନା

 ହରଭଙ୍ଗା: ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲା ଜଳମଗ୍ନ ହୋଇପଡ଼ିଛି। ଫଳରେ ମହାନଦୀରେ ଏକ ବଡ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାରେ ମହାନଦୀ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ହରଭଙ୍ଗା ତହସିଲର ୪୧ଟି ବନ୍ୟାପ୍ଲାବିତ ଅଂଚଳ ଲୋକଙ୍କୁ ସତର୍କ କରାଯାଇଛି। ବଡ ଧରଣର ବନ୍ୟା ହେଲେ ହରଭଙ୍ଗା ବ୍ଲକର ୯ଟି ପଂଚାୟତର ୬୫ଟି ନଦୀକୂଳିଆ ଗ୍ରାମ ପ୍ରଭାବିତ ହେବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି।

gpkandhamal

ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ହରଭଙ୍ଗା-ଧଳପୁର-ରାମଗଡ଼-ହାଟ ଗାଁ ଭଳି ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ୫ଫୁଟ ଉଚ୍ଚରେ ବନ୍ୟାପାଣି ଯୋଗୁଁ ଏହି ରାସ୍ତାରେ ଯୋଗା ଯୋଗ ବିଛିନ୍ନ ରହିଛି।ସେହିପରି ଉଦଣ୍ଡୀ ନାଳରେ ୧୦ଫୁଟ୍‌‌ ଉଚ୍ଚରେ ବନ୍ୟାପାଣି ଯୋଗୁଁ କୁଶଙ୍ଗ ପଂଚାୟତର ଆଦିବାସୀ ବହୁଳ ମାରଡା ଗ୍ରାମ ପାଣିଘେରରେ ରହିଥିବା ଜଣାପଡ଼ିଛି। ହରଭଙ୍ଗା ତହସିଲହର ୫ ହଜାର ଧାନଚାଷ ଜମି ବନ୍ୟାପାଣିରେ ନଷ୍ଟ ହେବା ଆଶଙ୍କା କରାଯାଉଛି। ବର୍ତମାନ ୫ଶହ ହେକ୍ଟର ଚାଷଜମି ଜଳମଗ୍ନ ଥିବା ସୂଚନା ମିଳିଛି। ସେହିପରି ମାରଡା, ଖଣ୍ଡିଧଳପୁର, ପାଣିଘରା, କରଡି, କୋଡାଶିଙ୍ଗା, ଅତଲସରା, ତିରଡ, କୃଷ୍ଣମୋହନପୁର ଭଳି ଅନେକ ଗାଁ ପାଣିଘେରର ଥିବା ଜଣାପଡ଼ିଛି। ମହାନଦୀରେ ଜଳସ୍ତର ବହୁତ ପରିମାଣରେ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ସର୍ତକ ସୂଚନା ଦିଆଯାଇଛି। ଲୋକେ ଛେଳି, ମେଣ୍ଢା, ଗାଈ, ଗୋରୁ, ପୋଢ, ମଇଁଷିକୁ ଉଚ୍ଚସ୍ଥାନକୁ ଏବେଠାରୁ ସ୍ଥାନାନ୍ତରିତ ପ୍ରକିୟା ଆରମ୍ଭ ହୋଇଯାଇଛି। ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ଏବଂ ତହସିଲ ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ଜଣାପଡ଼ିଛିା ଏହା ସହିତ ସମସ୍ତ ପିଇଓ, ଜିଆରଏସ ଏବଂ ରାଜସ୍ୱ ନୀରିକ୍ଷକମାନଙ୍କୁ ପଂଚାୟତ ହେଡକ୍ୱାର୍ଟରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଓଡ୍ରାଫ ଟିମ ଦ୍ୱାରା ତଳି ଅଂଚଳ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତରିତ କରିବା ସହିତ ରନ୍ଧାଖାଦ୍ୟ ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପ୍ରଶାସନିକସ୍ତରରେ ବିଚାର ବିମର୍ଷ ଚାଲିଛି।

Umasankar Adv
Leave A Reply

Your email address will not be published.