ବିଷାକ୍ତ ଖାଦ୍ୟ ଖାଇ ମାଆ ସହ ୨ ପୁଅ ମୃତ

ଆସିକା : ବିଷାକ୍ତ ଖାଦ୍ୟ ଖାଇ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଗଞ୍ଜାମ ଶେରଗଡ ଥାନା ଶ୍ରୀରାମନଗର ଅଞ୍ଚଳରେ ଘଟିଥିବା ନେଇ ସୋମବାର ଖବର ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କ ୨ ପୁଅ ରହିଛନ୍ତି। ମହିଳାଙ୍କ ଶାଶୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମହିଳାଙ୍କ ସ୍ୱାମୀ ସୁସ୍ଥ ଥିବା ନେଇ ସୂଚନା ମିଳିଛି। ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ରାତିରେ ଖାଇ ସାରି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।

Leave A Reply

Your email address will not be published.