ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ, କାରଣ ଅସ୍ପଷ୍ଟ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଟପଳସା ପଞ୍ଚାୟତର ପଣସପାଳ ଗ୍ରାମର ବାଇଧର ହାଁସଦାଙ୍କ ଝିଅ ସରସ୍ବତୀ ହାଁସଦା (୧୮)ଆତ୍ମହତ୍ୟା କରିଥିବାର ଥାନାରେ ଅଭିଯୋଗ ହୋଇଛି। ସରସ୍ବତୀ ଗ୍ରାମ ନିକଟ ଏକ ନାଳ ପାଖରେ ଥିବା ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗତକାଲି କିଛିଲୋକ ଉକ୍ତ ନାଳ ଦେଇ ଯାଉଥିବା ବେଳେ ସରସ୍ବତୀ ଗଛରେ ଝୁଲୁଥିବା ଦେଖିଥିଲେ। ଥାନାରେ ଅଭିଯୋଗ କରାଯିବାରୁ ଆଇ. ଆଇ. ସି. ସୁଚେନ୍ଦ୍ର ମାହାଲିକ  କେସ ନମ୍ବର ୩୫/୨୩ ରେ ଏକ ଅପମୃତ୍ୟ  ମାମଲା ଦାୟର କରି  ଶବର ପଞ୍ଚାନାମା କରି ପୋଷ୍ଟମର୍ଟମ ପାଇଁ କରଞ୍ଜିଆ ଡାକ୍ତରଖାନା ଆଣିଥିଲେ। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

Leave A Reply

Your email address will not be published.