ପିସ୍ତଲ ମୁନରେ ଲକ୍ଷାଧିକ ଟଙ୍କାର ସୁନାଚେନ ଲୁଟ 

ସମ୍ବଲପୁର : ସ୍ଥାନୀୟ ଧନୁପାଲି ଥାନା ଅର୍ନ୍ତଗତ କୁଲୁଥକାନୀ ଅଞ୍ଚଳରେ ବୁଧବାର ରାତ୍ରିରେ ପିସ୍ତଲ ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କାର ସୁନାଚେନ ଲୁଟ କରାଯାଇଛି। କୁଲୁଥକାନୀ ନିବାସୀ ଶିଶିର କୁମାର ପାଣ୍ଡେଙ୍କ ଏକ କିରାନା ଦୋକାନ ଘର ପାଖରେ ରହିଛି। ସବୁ ଦିନ ଭଳି ରାତ୍ର ପ୍ରାୟ ସାଢ଼େ ୯ଟା ସମୟରେ ସେ ଦୋକାନ ବନ୍ଦ କରି ଚାଲି ଚାଲି ପାଖରେ ଥିବା ତାଙ୍କ ଘରକୁ ଯାଉଥିବା ବେଳେ ଅଚାନକ ଏକ ବାଇକରେ ୨ ଜଣ ଯୁବକ ତାଙ୍କ ନିକଟକୁ ଆସି ଥିଲେ। ବ୍ୟବସାୟୀ ଜଣକ କିଛି ବୁଝିବା ପୂର୍ବରୁ ତାଙ୍କୁ ପିସ୍ତଲ ଦେଖାଇ ସେ ପିନ୍ଧିଥିବା ଓଜନଦାର ସୁନାଚେନକୁ ଲୁଟି ଫେରାର ମାରିଥିଲେ।  ବ୍ୟବସାୟୀଙ୍କ ଅନୁଯାୟୀ ଲୁଟିଆ ମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିବା ବେଳେ ଘଟଣା ସମ୍ପର୍କରେ ପୁଲିସକୁ ଖବର ନ କରିବା ଧମକ ଦେଇ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ବ୍ୟବସାୟୀ ଶିଶିର ଧନୁପାଲି ଥାନାରେ ଅଭିଯୋଗ କରିବାରୁ ମାମଲା ରୁଜୁ କରି ଆଖାପାଖର ସିସିଟିଭି ଆଦି ଯାଞ୍ଚ କରି ଘଟଣାର ତଦନ୍ତ କରୁଛି।

gpkandhamal

ବିଗତ ରବିବାର ମାନେଶ୍ୱର ଠାରେ ସୁନା ଅଳଙ୍କାର ଦୋକାନରେ ଡକାୟତି ହେବା ପରେ ସୁନାଚେନ ଲୁଟ ଘଟଣା ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Umasankar Adv
Leave A Reply

Your email address will not be published.