କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା ; ୩ ମୃତ

କେନ୍ଦୁଝର : କେନ୍ଦୁଝର ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌‌ ନିକଟରେ ଶୁକ୍ରବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆନନ୍ଦପୁର ଥାନାର ୫୩ ନମ୍ବର ରାଜ୍ୟ ରାଜପଥ ପଦ୍ମପୁର ଗେଟ ନିକଟରେ ଏହି ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଛି। ୩ ଜଣଙ୍କ ମଧ୍ୟରେ ୨ ପୁରୁଷ ଓ ଜଣେ ମହିଳା ଅଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ଅର୍ଜୁନ ବେହେରା,ବାତ ପଲାସା ମୟୁରଭଞ୍ଜର ବୋଲି ପକେଟରୁ ମିଳିଥିବା ପରିଚୟ ପତ୍ରରୁ ଜଣାପଡିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

gpkandhamal

ସୂଚନାନୁଯାୟୀ, ଦୁଇଟି ମଟର ସାଇକେଲରେ ଚାରି ଜଣ ଠାକୁରମୁଣ୍ଡା ଆଡକୁ ଯାଉଥିଲା ବେଳେ ବିପରୀତ ପଟରୁ ଆସୁଥିବା ଗୋଟିଏ ଭ୍ୟାନ ଉଭୟ ବାଇକକୁ ଧକ୍କା ଦେଇ ଚଢି ଯାଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

Umasankar Adv
Leave A Reply

Your email address will not be published.