ଚାରିଛକ ଅଗ୍ନିଶମ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ

ହରଭଙ୍ଗା : ହରଭଙ୍ଗା ବ୍ଲକ ରାମଗଡ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଚାରିଛକ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଅଗ୍ନିଶମ ଓଆଇସି ଦିନବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଅଗ୍ନିଶମ ଟିମ୍ ଛାତ୍ରଛାତ୍ରୀ ମାନଙ୍କୁ ଅଚାନକ ନିଆଁ ଲାଗିଲେ ନିଜକୁ ରକ୍ଷା କରିବା ,ବନ୍ୟା ସମୟରେ ଏବଂ କୌଣସି ଦୁର୍ଘଟଣା ସମୟରେ ନିଜକୁ ଓ ଅନ୍ୟମାନଙ୍କୁ କିଭଳି ରକ୍ଷା କରିବା ତାଲିମ ଦେଇଥିଲେ।

gpkandhamal

ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ଅଗ୍ନିଶମ କର୍ମଚାରୀ ଧିରେନ୍ଦ୍ର କ୍ଷେତି,ବିକାଶ କୁମାର ବିଶି,ସରୋଜ କୁମାର ବିଶ୍ୱାଳ,ଶାଗର ପ୍ରସାଦ ବଘାର,ଏତୁଆ ଓରାମ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।

Umasankar Adv
Leave A Reply

Your email address will not be published.