ତୁଷୁରାରେ ୩.୬୦ କୋଟିର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଟୁକୁନି ସାହୁ

ଗୁଡଭେଲା: ବଲାଙ୍ଗିର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଗସ୍ତ କରି ମୋଟ ୩ କୋଟି ୬୦ ଲକ୍ଷ ଟଙ୍କାରେ ହେବାକୁ ଥିବା ଦୁଇଟି କଲ୍ୟାଣ ମଣ୍ଡପର ଜଳ ସମ୍ପଦ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତୁଷୁରା ଇଣ୍ଡୋର ଷ୍ଟାଡ଼ିୟମ ସମ୍ମୁଖରେ ୧୫୦ .୫୪ ଲକ୍ଷ ଟଙ୍କା ଓ ଧାନଘରାଠାରେ ୨୦୯.୬୦ ଲକ୍ଷ ଟଙ୍କାରେ ୨ଟି ବହୁମୁଖୀ ପ୍ରକୋଷ୍ଠ ବା କଲ୍ୟାଣ ମଣ୍ଡପର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ଅଜୟ ଜୟୱାଲ, ୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ରାମନିବାସ ଅଗ୍ରୱାଲ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡ଼ିଓ ବୁଦ୍ଧେଶ୍ଵର ମହାପାତ୍ର, କନିଷ୍ଟ ଯନ୍ତ୍ରୀ ଅବନୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.