ଗଞ୍ଜାମ ଏନଏସି ଇଓଙ୍କ ବଦଳିନେଇ ତାତିଲେ ମହିଳା ଗୋଷ୍ଠୀ

ଗଞ୍ଜାମ : ଗଞ୍ଜାମ ଏନଏସି ଇଓ ଅବିନାଶ ମିଶ୍ରଙ୍କ ବଦଳି ନେଇ ଶନିବାର ମହିଳା ମନେ ପ୍ରତିବାଦ କରିଛନ୍ତି। ଏପରିକି ଅଫିସରୁ ସମସ୍ତ କର୍ମଚାରୀଙ୍କୁ ବାହାରକୁ କାଡି ମୁଖ୍ୟ ଫାଟକରେ ତାଲା ପକେଇ ଧାରଣା ବସିଥିଲେ। ମହିଳା ମନେ ପ୍ଲାକାଡ଼ ଧରି ସ୍ଲୋଗାନ ଦେଇ ଥିଲେ। ବଦଳି ଆଦେଶ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଥିଲେ। ବଦଳି ପ୍ରତ୍ୟାହାର କରା ନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ମହିଳା ଗୋଷ୍ଠୀ, ଠିକା କର୍ମଚାରୀ ଓ ଅନ୍ୟ ମନେ ଦାବୀ କରିଥିଲେ। ତେବେ ଇଓଙ୍କ ବଦଳି ପ୍ରତିବାଦକୁ ଏନଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକି, କିଛି କାଉନସିଲର ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଗଞ୍ଜାମ ତହସିଲଦାର ଅରୁଣ ନାୟକ ଧାରଣା ସ୍ଥଳରେ ପହଞ୍ଚି ବୁଝାଇ ଥିଲେ ମଧ୍ୟ୍ୟ ମହିଳା ମନେ ଧାରଣା ଜାରି ରଖିଛନ୍ତି।

Leave A Reply

Your email address will not be published.