ଫୁଲବାଣୀରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଫୁଲବାଣୀ : ସରକାରଙ୍କ ବିକାଶ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଛି । ରବିବାର ଫୁଲବାଣୀରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ସମୟରେ ଜନସାଧାରଣଙ୍କ ମଧ୍ୟରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଅକୁଣ୍ଠ ସ୍ନେହ ଓ ଶ୍ରଦ୍ଧା ଦେଖିବାକୁ ମିଳିଥିଲା। ତୃଣମୂଳସ୍ତରରେ ଘରେ ଘରେ ପହଞ୍ଚି ସରକାରଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଓ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ଅନ୍ତର୍ଭୁକ୍ତ କରାଇବା ଏହି ଜନ ସମ୍ପର୍କ ପଦଯାତ୍ରାର ମୂଳ ଲକ୍ଷ୍ୟ। ପଦଯାତ୍ରା ପ୍ରଥମେ କେରେଡ଼ି ମୁଖ୍ୟ ରାସ୍ତାଠାରୁ ବାହାରି ସାହି ରାସ୍ତା ଦେଇ ନିର୍ମାଣାଧୀନ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ସେହିପରି ଗଞ୍ଜୁଗୁଡା ଗ୍ରାମରେ ଲୋକ ସମ୍ପର୍କ ପଦଯାତ୍ରା ସେଠାକାର ନିର୍ମାଣାଧୀନ ମହାଦେବ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆୟୋଜିତ ସାଧାରଣ ସଭାରେ ସାଂସଦ ଶ୍ରୀ ସାମନ୍ତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା, ସୁବିଧା ସୁଯୋଗ ବିଷୟରେ ଲୋକଙ୍କୁ ଅବଗତ କରାଇ ଥିଲେ ।

gpkandhamal

ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ସରୋଜ କର୍ଣ୍ଣ, କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବିଜୁ ଯୁବ ସଭାପତି ବିଷ୍ଣୁ ମଲ୍ଲିକ, ମହିଳା ବିଜେଡ଼ି ସଭାପତି ପୁନମ କହଁର ଓ ଛାତ୍ର ବିଜେଡ଼ି ସଭାପତି ସୁନୀଲ ସେଠି, ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦ୍ରମା କହଁର ପ୍ରମୁଖ ଯୋଗ ଦେଇଥିଲେ।

Umasankar Adv
Leave A Reply

Your email address will not be published.