ନାଟକମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି ପୁଲିସ

ଦେଓଗାଁ: ଦେଓଗାଁ ପୁଲିସ ପକ୍ଷରୁ ଦେଓଗାଁ ଥାନା ର ଦୁଇଟି ସ୍ଥାନରେ ସାଇବର ଲୁଟ କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ପୁଲିସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିନରୁ ବାହାରିଥିବା ସାଇବର ସଚେତନତା ରଥ ଦେଓଗାଁ କୁ ପହଞ୍ଚି ବା ପରେ ଦେଓଗାଁ ଯୁକ୍ତ ଦୁଇ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଠାରେ ଏକସଚେତନ ଶିବିର ଅନୁଷ୍ଠିତ ହୋଇଥିଲା।

ଆସିଥିବା କଲକାର ମାନେ ନାଟକ ମାଧ୍ୟମରେ ସାଇବର କ୍ରାଇମ ରୁ କେମିତି ଭାବରେ ଲୁଟ ହେଉଛନ୍ତି ତାକୁ ପଦର୍ଶନ କରି ଏଥିରୁ କେମିତି ଭାବରେ ବର୍ତ୍ତି ବେ ସେ ଉପରେ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କଲେଜ ଦେଓଗାଁ ବ୍ଳକ ଅଧ୍ୟକ୍ଷ ଦୟାନିଧି ଖମାରୀ , ଦେଓଗାଁ କଲେଜ ଅଧ୍ୟକ୍ଷ ଉପମନ୍ୟୁ ବାଗ ଅତିଥି ଭାବରେ ଯୋଗ ଦେଇଥିଲେ

Umasankar Adv

ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ପୁଲିସ ଡିପିଓ ଜ୍ୟୋସ୍ନା ରାଣୀ ବେହେରା, ଦେଓଗାଁ ଆଇ ଆଇ ସି ତାରାବତୀ ପ୍ରଧାନଙ୍କ ସହ ପୁଲିସ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ

Leave A Reply

Your email address will not be published.