ଜନ ସମ୍ପର୍କ ପଦଯାତ୍ରା

ଚୌଦ୍ୱାର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରତିବର୍ଷ ଭଳି ଏହି ବର୍ଷ ବିଜୁ ଜନତା ଦଳ,ଚୌଦ୍ୱାର-କଟକ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା-୨୦୨୩ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି। ନବମ ଦିବସରେ ଜନ ସଂର୍ପକ ପଦଯାତ୍ରା ମାଧ୍ୟମରେ ବିଜୁ ଜନତା ଦଳର ବିକାଶର ବାର୍ତ୍ତା ଘରେ ଘରେ ପହଂଚାଇବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ ବର୍ଷର ନିରନ୍ତର ଜନସେବାରେ ନିଜକୁ ନିୟୋଜିତ କରି ଓଡ଼ିଶାବାସୀଙ୍କ ଆସ୍ଥା ଓ ଭରସାର ପ୍ରତୀକ ହୋଇପାରିଛନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି। ଜନ ସଂର୍ପକ ପଦଯାତ୍ରାରେ ଟାଙ୍ଗୀ-ଚୌଦ୍ୱାର ପଂଚାୟତ ସମିତି ଆଗ୍ରାହାଟ ଗ୍ରାମପଂଚାୟତର ପରିଭ୍ରମଣ କରି ଉତ୍ତେରେଶ୍ୱର ମନ୍ଦିର ଯାତ୍ରା ପଡ଼ିଆ ଠାରେ ସମାପ୍ତ ହୋଇଥିଲା।

gpkandhamal

ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ-ଚୌଦ୍ୱାର ପଂଚାୟତ ସମିତି ଉପାଧ୍ୟକ୍ଷା- ସୁପ୍ରୀୟା ଜେଠୀ, ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ, ସରପଂଚ- ସଂନ୍ଧ୍ୟାରାଣି ରାଉତ, ସମିତି ସଭ୍ୟା- ରିତା ରାଉତ, ଜିଲ୍ଲା କମିଟିର- ଶୁଭେନ୍ଦୁ ସାମଲ,ଆଶୁତୋଷ ଦାସ,ବିମଲ କୁମାର ବେଉରା, ନିମାଇଁ ଚରଣ ବିଶ୍ୱାଳ, ଯୁବ କମିଟିର- ଅର୍ଜୁନ ପଣ୍ଡା, ସଂଗ୍ରାମ କେଶରୀ ଜୀ, ଲୋକନାଥ ମାଝୀ, ପବିତ୍ର ମେହାନ ପଣ୍ଡା, ମହିଳା କମିଟିର- ଜୟଶ୍ରୀ ପରିଡ଼ା, ଅଂଜନା ବେହେରା, ହେମଲତା ସାହୁ, ନିରୁପମା ବେହେରା, ଧରିତ୍ରୀ ସାହୁ, ବନି ମାଝୀଙ୍କ ସହ ବହୁ କର୍ମୀ ଏହି ଜନସଂର୍ପକ ପଦଯାତ୍ରାରେ ଯୋଗ ଦେଇଥିଲେ।

Umasankar Adv
Leave A Reply

Your email address will not be published.