ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା : କ୍ଷତିପୂରଣ ଦାବି, ତହସିଲଦାରଙ୍କୁ ଘେରିବା ସହ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକେ

କୃଷ୍ଣପ୍ରସାଦ : ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା । ରାସ୍ତା କଡରେ ଥିବା କ୍ୟାବିନ ଭାଙ୍ଗିବା ଘଟଣାକୁ ନେଇ କୃଷ୍ଣପ୍ରସାଦ ଚାରିଛକରେ ଉତ୍ତେଜନା ଦେଖିବାକୁ ମିଳିଛି । କ୍ଷତିପୂରଣ ଦାବିରେ କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଯିବା ସହ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକେ ।

gpkandhamal

ଏହାପରେ ଚାରିଛକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାସ୍ତା ପ୍ରଶସ୍ତିକରଣ ପାଇଁ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଉଥିଲା । ସକାଳୁ ସୁରୁଖୁରୁରେ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା । ହେଲେ ରାସ୍ତାକଡରେ ଥିବା କ୍ୟାବିନକୁ ଜେସିବି ମେସିନ ଲଗାଇ ଭାଙ୍ଗିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

Umasankar Adv
Leave A Reply

Your email address will not be published.