ପୂର୍ବତନ ମେୟରଙ୍କ ଉପରକୁ ବୋମାମାଡ ଘଟଣା : ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ବ୍ରହ୍ମପୁର : ପୂର୍ବତନ ମେୟରଙ୍କ ଉପରକୁ ବୋମାମାଡ ଘଟଣାରେ ୫ଗିରଫ । ଗତ ୨୯ତାରିଖ ରାତିରେ ବ୍ରହ୍ମପୁର ମହାନଗର ନିଗମର ପୁର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡିକୁ ବୋମା ମାଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ସାଇନଣ୍ଟିଫିକ୍ ଟିମ ଓ ଅନ୍ୟାନ୍ୟ ତଦନ୍ତ ଆଧାରରେ ଖବର ପାଇ ୪ଜଣ ଅଭିଯୁକ୍ତଙ୍କୁ ରାଉରକେଲାରୁ ଗିରଫ କରିଛି ପୋଲିସ ।

gpkandhamal

ଜେରା ବେଳେ ପୂର୍ବତନ ମେୟରଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରିଥିବା ସେମାନେ ପୋଲିସ ଆଗରେ ସ୍ୱୀକାର କରିଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କ ସୂଚନା ଆଧାରରେ ଆଉ ଜଣେ ଅଭିଯୁକ୍ତକୁ ବ୍ରହ୍ମପୁରରୁ ଗିରଫ କରାଯାଇଛି । ଗିରଫ ୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ସଂପୃକ୍ତ ଆଉ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଖୋଜାଖୋଜି ଜାରି ରଖିଛି ପୋଲିସ ।

Umasankar Adv
Leave A Reply

Your email address will not be published.