ଆଜି ମାଲକାନଗିରିରେ ଗଡିବ ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ; ପ୍ରଥମ ଦିନରେ ଗଡିବ ୩୬ଟି ବସ

ମାଲକାନଗିରି : ଆଜି ମାଲକାନଗିରିରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନରେ ଗଡିବ ୩୬ଟି ବସ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହେବ । ପଞ୍ଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ ।

gpkandhamal

ଆଗକୁ ଅନ୍ୟଜିଲ୍ଲାରେ ମଧ୍ୟ ଖୁବଶୀଘ୍ର ଲକ୍ଷ୍ମୀ ବସ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ସାମିଲ ହେବ । ମାଲକାନଗିରି ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ମିଳିବ ।

Umasankar Adv
Leave A Reply

Your email address will not be published.