ତାମିଲନାଡ଼ୁର ଦୁଇ ବାଣ କାରଖାନାରେ ବିସ୍ଫୋରଣ; ୧୮ ମୃତ

ଚେନ୍ନଇ: ତାମିଲନାଡ଼ୁର ଦୁଇଟି ବାଣ କାରଖାନାରେ ମଙ୍ଗଳବାର ଗୋଟିଏ ପରେ ଗୋଟିଏ କରି ଦୁଇଟି ବିସ୍ଫୋରଣ ଘଟିଛି। ଏଥିରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି।

gpkandhamal

ସୂଚନା ଅନୁସାରେ, ପ୍ରଥମ ବିସ୍ଫୋରଣ ବିରୁଧୁନଗର ଜିଲାର ଶିବକାଶୀ ନିକଟରେ ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦ୍ବିତୀୟ ବିସ୍ଫୋରଣ ସେହି ଜିଲାର କମ୍ମାପଟ୍ଟି ଗ୍ରାମରେ ଥିବା ବାଣ କାରଖାନାରେ ଘଟିଥିଲା। ପୁଲିସ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ, ଏଥିରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଅଛନ୍ତି। ବିସ୍ଫୋରଣର କାରଣ ନେଇ ତଦନ୍ତ ଚାଲିଛି।

Umasankar Adv

ସୂଚନାଯୋଗ୍ୟ, ଗତ ୯ ତାରିଖରେ ମଧ୍ୟ ତାମିଲନାଡ଼ୁର ଅରିୟାଲୁର ଜିଲା ବିରାଗଲୁରଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘରି ୯ ଜଣଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.