ଆସନ୍ତା ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର : ଗଜପତି ମହାରାଜାଙ୍କ ପକ୍ଷରୁ ପ୍ରେସ୍ ରିଲିଜ ଜାରି

ପୁରୀ : ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ଗଣତି କରାଯିବ । ଏନେଇ ଗତ ଅଗଷ୍ଟ ୪ ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହୋଇ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି । ବୁଧବାର ବିଜେପି ନେତା ସମୀର ମହାନ୍ତିଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଗଜପତି ମହାରାଜଙ୍କୁ ଭେଟିବା ପରେ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ । ସେ କହିଛନ୍ତି, ବର୍ତ୍ତମାନ ସମୟରେ ବା ଆଗାମୀ ଦିନରେ ରତ୍ନଭଣ୍ଡାର ଖୋଲିବା ଉଚିତ୍ ହେବ ନାହିଁ । ରଥଯାତ୍ରା ସମୟ ରତ୍ନଭଣ୍ଡାର ଖୋଲାଯିବାର ଉଚିତ୍ ସମୟ ।

gpkandhamal

ଏହି ସମୟରେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ଅଳଙ୍କାରର ଗଣତି କରାଯିବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କେବଳ ସେତିକି ନୁହେଁ ଏ ପ୍ରସଙ୍ଗରେ ସମୀର ମହାନ୍ତିଙ୍କ ଦ୍ୱାରା ହାଇକୋର୍ଟରେ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ, ପରିଚାଳନା କମିଟିର ସବୁ ନିଷ୍ପତ୍ତି ଠିକ୍ ବୋଲି ଦର୍ଶାଇଥିବା ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ଗଜତି ମହାରାଜ ।

Umasankar Adv
Leave A Reply

Your email address will not be published.