ବାତ୍ୟାର ରୂପ ନେଲା ଗଭୀର ଅବପାତ : ୫୫ ରୁ ୬୫ କିମି ବେଗରେ ବହିବ ପବନ, ୩ ଜିଲ୍ଲାରେ କାଲି ପ୍ରବଳ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ସାମୁଦ୍ରିକ ଝଡ଼ ସୃଷ୍ଟି ହେବା ପରେ ଏହାର ନାମ ‘ହାମୁନ୍‌’ ରଖାଯାଇଛି। ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗର  ସମୁଦ୍ର ଭିତରେ ଆହୁରି ବଳ ଗୋଟାଇ ଧିରେ ଧିରେ ଉପକୂଳ ଆଡକୁ ଆଗଉଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏକାଧିକ ଥର ଦିଗ ପରିବର୍ତ୍ତନ କରି ସମୁଦ୍ର ଭିତରେ ଗତି କରିବ । ଆଉ ଗତି ପଥ ଏମିତି ରହିବ । ପ୍ରଥମେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତାପରେ ପୁଣି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ୨୫ ତାରିଖ ସନ୍ଧ୍ୟାରେ ବାଂଲାଦେଶର ଖେପୁପୁରା ଓ ଚିଟାଙ୍ଗଗ ମଧ୍ୟରେ ସ୍ଥଳଭାଗ ଛୁଇଁବ ।

gpkandhamal

ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ସିଧାସଳଖ ପଡୁନଥିଲେ ମଧ୍ୟ ପ୍ରବଳ ବର୍ଷା -ପବନ ହେବ। ଆଇଏମଡିର ଆକଳନ ଅନୁସାରେ ବାତ୍ୟାଟି ଓଡିଶାର ଉପକୂଳ ଠାରୁ ପ୍ରାୟ ୨ଶହ କିଲୋମିଟର ଦୂରରେ ସମୁଦ୍ର ଭିତରେ ଗତି କରିବ । ଅର୍ଥାତ ଓଡିଶା ଉପକୂଳ ଠାରୁ ବହୁ ଦୂରରେ ଗତି କରୁଥିବାରୁ ଓଡିଶା ଉପରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡିବ ନାହିଁ । ହେଲେ, ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହଛି । ଏହାକୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରବଳ ବର୍ଷା ହେଲେ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Umasankar Adv
Leave A Reply

Your email address will not be published.