କୁମାର ପୂର୍ଣ୍ଣିମାରେ ଆଜି ଆଂଶିକ ଚନ୍ଦ୍ରଗ୍ରହଣ

ଡେସ୍କ : କୁମାର ପୂର୍ଣ୍ଣିମାରେ ଶନିବାର ଆଂଶିକ ଚନ୍ଦ୍ରଗ୍ରହଣ ହେବ। ରାତି ୧ଟା ୪ ମିନିଟ୍‌‌ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ରାତି ୨ ଟା ୨୪ ମିନିଟ୍‌‌ ୨ ସେକେଣ୍ଡରେ ସର୍ବମୋକ୍ଷ ହେବ। ଏହା ଭାରତର ସମସ୍ତ ସ୍ଥାନରୁ ମଧ୍ୟରାତ୍ରରୁ ଦୃଶ୍ୟମାନ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପଞ୍ଜିକାର ବିଧି ଅନୁସାରେ ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌‌ ଆଜି ଅପରାହ୍ଣ ୪ ଟା ୪ ମିନିଟ୍‌‌ ୫୫ ସେକେଣ୍ଡରୁ ରାତି ୨ଟା ୨୪ ମିନିଟ୍‌‌ ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନଭୋଜନ ଓ ଦେବନୀତିକୁ ନିଷେଧ କରାଯାଇଛି।

Leave A Reply

Your email address will not be published.