ଡେସ୍କ : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଆଜି ଧନଧାତ୍ରୀ ମାଆ ମହାଲକ୍ଷ୍ମୀଙ୍କ ଆରାଧନାର ଦିନ। ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସବୁଠି ଉତ୍ସବର ପରିବେଶ । କେନ୍ଦ୍ରାପଡା, ଢେଙ୍କାନାଳ, ଅନୁଗୋଳ ଓ ତାଳଚେର ଆଦି ସ୍ଥାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଗ୍ରହଣ ଲାଗୁଥିବାରୁ ଏଥର ସଅଳ ପୂଜା କରାଯାଉଛି ।
ଢେଙ୍କାନାଳ ସହରରେ ୩୮ଟି ପୂଜା ମଣ୍ଡପରେ ମା’ ପୂଜା ପାଇବେ । ଏଥିପାଇଁ ପ୍ରଶାସନ, ପୁଲିସ୍ ଓ ବଜାର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସହରରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହେବ । ୮ ତାରିଖ ଦିନ ଭସାଣି ଉତ୍ସବ ପାଳନ ହେବ ।