ରେଳବାଇ ପକ୍ଷରୁ ସହାୟତା ଘୋଷଣା

ଭୁବନେଶ୍ବର :   ଆନ୍ଧ୍ର ପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଭୟଙ୍କର ରେଳ ଦୁର୍ଘଟଣାରେ ମୃତାହତଙ୍କ ନେଇ ରେଳବାଇ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି।

gpkandhamal

ରେଳ ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୧୦ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ସେହିପରି ଗୁରୁତର ଆହତଙ୍କ ପାଇଁ  ଅଢେଇ ଲକ୍ଷ ଏବଂ ସାମନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି। ଘଟଣାସ୍ଥଳରେ ହିଁ ନଗଦ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

Umasankar Adv

ଅନ୍ୟ ପକ୍ଷରେ ସମସ୍ତ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ଏବଂ ରେଳବାଇର ବିଭିନ୍ନ ଦଳ ନିଜ ମଧ୍ୟରେ ସମନ୍ୱୟ ରକ୍ଷାକରି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଏହି ରୁଟରେ ୧୨ଟି ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ୧୫ଟିର ଗତିପଥ ପରିବର୍ତ୍ତନ କରାଯାଇଛି । ଦୁର୍ଘଟଣାସ୍ଥଳରେ ଫସି ରହିଥିବା ଯାତ୍ରୀଙ୍କୁ ଶ୍ରୀକାକୁଲମ୍ ଓ ବିଜୟନଗରମରେ ପହଞ୍ଚାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ବସର ବ୍ୟବସ୍ଥା କରାଯାଇଛି। ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ମଧ୍ୟ ବନ୍ଦୋବସ୍ତ କରାଯାଇଛି।

Leave A Reply

Your email address will not be published.