ମାଟ୍ରିକ୍‌ରେ କେମିତି ହେବ ଭଲ ରେଜଲ୍ଟ : ପିଲାଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଗଣଶିକ୍ଷା ବିଭାଗ….

ଭୁବନେଶ୍ବର : ଆଗକୁ ଆସୁଛି ମାଟ୍ରିକ ପରୀକ୍ଷା। ତେବେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। କିପରି ପିଲାମାନେ ଚାପମୁକ୍ତ ଭାବେ ପାଠ ପଢିବ ଭଲ ରେଜଲ୍ଟ କରିବେ, ସେନେଇ ରୋଡମ୍ୟାପ ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏହି ଟିପ୍ସ ଦ୍ୱାରା ପିଲାମାନେ ନିଜକୁ ଫିଟ୍‌ ରଖିବା ସହ ମନ ଦେଇ ପଢ଼ି ପାରିବେ ବୋଲି କୁହାଯାଇଛି।

ଗଣଶିକ୍ଷା ବିଭାଗର ଟିପ୍ସ ଅନୁସାରେ ଛାତ୍ରଛାତ୍ରୀମାନେ ଦିନକୁ ୧୦ରୁ ୧୪ ଘଣ୍ଟା ପାଠ ପଢିବେ। ରାତି୧୦ଟାରୁ ୪ଟା କିମ୍ବା ରାତି ୧୧ଟାରୁ ୫ଟା ଯାଏ ଶୋଇବେ। ୬ରୁ ୭ଘଣ୍ଟା ପାଠ ପଢିବେ। ବାକି ସମୟ ଅଲଗା କାମରେ କରିବେ। ସକାଳୁ ଉଠିବା ପରେ ବ୍ୟାୟାମ କରିବେ । ଏହାଦ୍ୱାରା ଏକାଗ୍ରତା ବଢିଥାଏ। ପରୀକ୍ଷା ସିଜନରେ ବାହାର ତେଲଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ। ସନ୍ତୁଳିତ ତଥା ସୁଷମ ଖାଦ୍ୟ ଖାଇବେ। ଏଥି ସହିତ ଦିନରୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଅନ୍ତୁ, ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହେବ। ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପାଠ ପଢନ୍ତୁ। ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ଲେମ୍ବୁ ପାଣି ପିଅନ୍ତୁ । ନିଦ ଭଲ ହେବ ଏବଂ ଉଠିଲାବେଳକୁ ମନ ଫୂର୍ତ୍ତି ରହିବ। ବିଷୟର ଗୁରୁତ୍ବ ଦେଖି ପ୍ରତ୍ୟେକ ବିଷୟ ପାଇଁ ଦେଢ ଘଣ୍ଟାରୁ ୨ ଘଣ୍ଟା ସମୟ ରଖିବାକୁ ଗଣଶିକ୍ଷା ବିଭାଗର ଟିପ୍ସରେ ଉଲ୍ଲେଖ କରାଯାଇଛି ।

Umasankar Adv

ଅନ୍ୟପଟେ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଜିରୋ ଏଫ ମିଶନ ବା ଶତ ପ୍ରତିଶତ ରେଜଲ୍ଟ । ସେଥିପାଇଁ ବିଭାଗ ପକ୍ଷରୁ ମାଟ୍ରିକ ପିଲାଙ୍କ ପାଇଁ ଜାରିକିରଛି ନିର୍ଦ୍ଦେଶାବଳୀ । ଖୁବ ଭଲ ରେଜଲ୍ଟ ପାଇଁ ଏଥର ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି । ଶହେ ପ୍ରତିଶତ ପିଲା ପାସ କରିବା ସହ ସ୍କୁଲର ୫ ପ୍ରତିଶତ ପିଲା ଯେପରି ଏ-୧ ଗ୍ରେଡ ପାସ କରିବେ ସେଥିପାଇଁ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି ସନିଶ୍ଚିତ ଯୋଜନା । ଏହି ଯୋଜନାକୁ ସାରା ରାଜ୍ୟରେ ଲାଗୁ କରାଯିବ । ଏ ନେଇ ଓପେସା ପକ୍ଷରୁ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ଯଦି ସ୍କୁଲ ଶତ ପ୍ରତିଶତ ରେଜଲ୍ଟ ନ କରେ ତେବେ ସେଥିପାଇଁ ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସିଆରସିସି, ବିଷୟ ଭିତ୍ତିକ ଶିକ୍ଷକ, ମେଣ୍ଟର ଦାୟୀ ରହିବେ । ଆସନ୍ତା ୪ ତାରିଖରେ ସବୁ ହାଇସ୍କୁଲର ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନେ ଆଲୋଚନା କରିବେ ।

Leave A Reply

Your email address will not be published.