ଦୀପାବଳି ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ, ବେଆଇନ ବାଣ ବିକ୍ରି ଓ ତିଆରି କରୁଥିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଦୀପାବଳି ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ। ବେଆଇନ ବାଣ ବିକୁଥିଲେ କିମ୍ବା ତିଆରି କରୁଥିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ବେଆଇନ ବାଣ ତିଆରିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବ ପୁଲିସ । ଜଦି ଆପଣଙ୍କ ଅଞ୍ଚଳରେ ବେଆଇନ ବାଣ ତିଆରି ହେଉଛି ତେବେ ଆପଣ ତୁରନ୍ତ କମିସନରେଟ ପୁଲିସକୁ ସୂଚନା ଦେଇପାରିବେ। ଏଥିପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିଛି କମିଶନରେଟ୍ ପୁଲିସ । ହେଲ୍ପ ଲାଇନ୍ ନମ୍ବର ୭୦୭୭୭୯୮୧୧୧ ରେ କୌଣସି ଲୋକ ସୂଚନା ଦେଇପାରିବେ । ତାଙ୍କ ନାମ ଗୋପନ ରଖାଯିବା ସହ ତୁରନ୍ତ ଚଢାଉ ହେବ ବୋଲି କୁହାଯାଇଛି। ବେଆଇନ ବାଣ କାରଖାନା ଓ ବିକ୍ରି ହେଉଥିବା ଉପରେ ତୁରନ୍ତ ଚଢାଉ କରିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ଡିସିପି  ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ଉପକଣ୍ଠରେ କେତେକ ସ୍ଥାନରେ ବେଆଇନ ବାଣ ତିଆରି ହେଉଥିବା ନେଇ ପୁଲିସ ପାଖରେ ରହିଛି ଖବର । ଗତକାଲି ଝିଣ୍ଟି ଶାସନ ନିକଟରେ ବିସ୍ଫୋରଣ ପରେ ଆକ୍ସନ ମୋଡ଼ରେ କମିଶନରେଟ ପୁଲିସ ।

Leave A Reply

Your email address will not be published.