ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ, ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗ

ଭୁବନେଶ୍ବର: ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଭଦ୍ରକର ଜଣେ ଯୁବତୀ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଦେବେଶଙ୍କ ଘର ଯାଜପୁରରେ ହୋଇଥିବାବେଳେ ଗତକାଲି ପୋଲିସ ତାଙ୍କୁ ବୁଧବାର ରାତିରେ ଗିରଫ କରିଥିବା ସୂଚନା ମିଳିଛି । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଲଚକ ମଣି ବେବି ଲୋ, ବୁଲେଟ ଗାଡିରେ ବଜାର ବୁଲେଇ ନେବି ଭଳି ବହୁ ଲୋକପ୍ରୀୟ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିଣିଥିଲେ ଦେବେଶ । ପୁଲିସର ସୂଚନା ମୁତାବକ, ଭଦ୍ରକର ଜଣେ ଯୁବତୀ ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ରହି ବୈତ୍ରିବିହାରର ଏକ ଘରୋଇ କଲେଜରେ ଏମବିଏ କରୁଥିଲେ । ତା ପରେ ଫୋନରେ କଥା ବର୍ତ୍ତା , କିଛି ଦିନର ଚାଟିଂ ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଦେବେଶ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଖାଲି ଏତିକି ନୁହେଁ ଯୁବତୀଙ୍କ ଠାରୁ ଦେବେଶ ୫ ଲକ୍ଷରୁ ଅଧିକ ଟଙ୍କା ବି ନେଇଥିଲେ । କିନ୍ତୁ ପରେ ଯୁବତୀ ଜଣକ ବିବାହ କରିବାକୁ ଜିଦ୍ ଧରିବାରୁ ଦେବେଶ ଏଥିରେ ବିରକ୍ତି ପ୍ରକାଶ କରିଥିଲେ । ଏବଂ ଉଭୟଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ଏବଂ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ପରେ କିଛି ଦିନ ଚୁପ୍ ରହି ନୟାପଲ୍ଲୀ ଥାନାରେ ଆସି ଏତଲା ଦେଇଥିଲେ ଯୁବତୀ ଜଣକ । ପୁଲିସ ଯୁବତୀଙ୍କୁ ଏତଲା ଆଧାରରେ ଦେବେଶଙ୍କୁ ଗିରଫ କରିଛି।

Leave A Reply

Your email address will not be published.