CBI ଜାଲରେ ଅଡିଟର୍‌, ବିଲ୍ ପାସ୍ କରିବା ପାଇଁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ମେଡିକାଲ୍ ବିଲ୍ ପାସ୍ କରିବା ପାଇଁ ୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) କାର୍ଯ୍ୟାଳୟର ଅଡିଟରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସମ୍ମୁଖରୁ ଅଭିଯୁକ୍ତ ସଞ୍ଜୟ କୁମାର ସ୍ୱାଇଁଙ୍କୁ ଗିରଫ କରାଯାଇଛି। ମେଡିକାଲ୍ ବିଲ୍ ପାସ୍ କରିବା ବଦଳରେ ସଞ୍ଜୟ ସ୍ୱାଇଁ ଜଣେ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି।

gpkandhamal

ତେବେ ସଞ୍ଜୟ ସ୍ୱାଇଁ ବିଲ୍ ପ୍ରୋସେସିଂରେ ବିଳମ୍ବ କରିବା ସହ ଏହାକୁ ପାସ୍ କରିବା ପାଇଁ ୬ ହଜାର ୫ ଶହ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗକାରୀ ସିବିଆଇ ନିକଟରେ ଅଭିଯୋଗ କରିବାରୁ ସିବିଆଇ ସଞ୍ଜୟ ସ୍ୱାଇଁଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଭୁବନେଶ୍ୱର ଆରଟିଓ ଅଫିସରେ ଅଭିଯୋଗକାରୀ ସଞ୍ଜୟ ସ୍ୱାଇଁଙ୍କୁ ଭେଟି ଲାଞ୍ଚ ପ୍ରଦାନ କରିଥିଲେ। ସଞ୍ଜୟ ସ୍ୱାଇଁ ଲାଞ୍ଚ ନେବା ମାତ୍ରେ ସିବିଆଇ ଟିମ୍ ତାଙ୍କୁ କାବୁ କରିନେଇଥିଲା। ଏବେ ସିବିଆଇ ସଞ୍ଜୟ ସ୍ୱାଇଁଙ୍କୁ କୋର୍ଟ ଚାଲାଣ କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ସୂଚନା ରହିଛି।

Umasankar Adv
Leave A Reply

Your email address will not be published.