ଫେରିଛି ୯୭ ପ୍ରତିଶତ, ଏବେବି ଲୋକଙ୍କ ପାଖରେ ଅଛି ୧୦ ହଜାର କୋଟିର ୨ ହଜାର ଟଙ୍କିଆ ନୋଟ୍‌ : ଆର୍‌ବିଆଇ

ନୂଆଦିଲ୍ଲୀ : ଦେଶ ତଥା ରାଜ୍ୟର ସମସ୍ତ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳି କରିବାର ଅବଧି ଶେଷ ହୋଇଛି। ଗତ ଅକ୍ଟୋବର ୭ ତାରିଖ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳିର ଶେଷ ତାରିଖ ଥିଲା। ତେବେ ଏବେ କେବଳ ଦେଶର ୧୯ଟି ଭାରତୀୟ ରିଜର୍ଭ ବ୍ୟାଙ୍କର ଶାଖା କାର୍ଯ୍ୟାଳୟରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳ କରାଯାଇଛି। ତେବେ ଏହାରି ମଧ୍ୟରେ ଆଜି ନଭେମ୍ବର ପହିଲାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଏକ ବଡ଼ ଅପଡେଟ୍‌ ଦିଆଯାଇଛି।

gpkandhamal

ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ମୁତାବକ ଆଜି ଅର୍ଥାତ ନଭେମ୍ବର ୧ ସୁଦ୍ଧା ପ୍ରାୟ ୯୭ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିସାରିଛି। ବଜାରରେ ଏବେ ବି ୩ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍‌ ରହିଛି।  ଆରବିଆଇ କହିଛି ଯେ ବର୍ତ୍ତମାନ ଲୋକଙ୍କ ପାଖରେ ପ୍ରାୟ ୧୦ ହଜାର କୋଟିର ଦୁଇ ହଜାର ଟଙ୍କିଆ ନୋଟ୍‌ ରହିଛି।

Umasankar Adv

ସୂଚନାଯୋଗ୍ୟ ଚଳିତ ବର୍ଷ ମେ ୧୯ରେ ଯେତେବେଳେ ଆରବିଆଇ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ଘୋଷଣା କରାଯାଇଥିଲା, ସେତେବେଳେ ବଜାରରେ ମୋଟ  ୩.୫୬ ଲକ୍ଷ କୋଟି ଟଙ୍କାର ନୋଟ ପ୍ରଚଳିତ ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଇ ୨୩ ରୁ ୨ହଜାର ଟଙ୍କିଆ ନୋଟ ବଦଳାଇବା ଆରମ୍ଭ କରାଯାଇଥିଲା। ଏହି ଅବଧି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଥିଲା। ପୁଣି ଆରବିଆଇ ଏହି ଅବଧିକୁ ୭ ଅକ୍ଟୋବର  ଯାଏଁ ବୃଦ୍ଧି କରିଥିଲା। ଏହାପରଠୁ ଆଉ ବ୍ୟାଙ୍କରେ ନୋଟ୍‌ ବଦଳ କିମ୍ବା ଜମା କରାଯାଉନାହିଁ।  କିନ୍ତୁ ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି, ତେବେ ରିଜର୍ଭ ବ୍ୟାଙ୍କର ୧୯ ଟି ଆଞ୍ଚଳିକ କାର୍ଯ୍ୟାଳୟରେ ଜମା କିମ୍ବା ବିନିମୟ ହୋଇପାରିବ।

Leave A Reply

Your email address will not be published.