ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ, ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ନେଇ ହୋଇଥିଲା ଅଭିଯୋଗ

ଭୁବନେଶ୍ୱର: ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ । ଖାରବେଳନଗର ଥାନାରେ ହାଜର ହେଲେ ଟୁଟୁ ନାୟକ । ମହିଳା ସାମ୍ବାଦିକଙ୍କୁ ଚାପୁଡା ମାରିବା ଅଭିଯୋଗରେ ଥାନାକୁ ଆଣିଲା ଖାରବେଳନଗର ଥାନା ପୋଲିସ । ମହିଳା ସାମ୍ବାଦିକଙ୍କୁ ଚାପୁଡା ମାରିବା ନେଇ ଶୁକ୍ରବାର ଖାରବେଳନଗର ଥାନାରେ ଦେଇଥିବା ଏତଲା ପରେ ଥାନାରେ ହାଜର ହୋଇଛନ୍ତି ।

gpkandhamal

ଅନ୍ୟପଟେ ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ ଏବଂ ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

Umasankar Adv
Leave A Reply

Your email address will not be published.