ପୁଣି ଭିଜିବ ଓଡିଶା! ୧୬ତାରିଖରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପୁଣି ଭିଜିବ ଓଡିଶା। ୧୬ତାରିଖରୁ ବର୍ଷା ହେବା ନେଇ ସମ୍ଭାବନା ରହିଛି। ବଙ୍ଗୋପସାଗରେ ଦାନା ବାନ୍ଧୁଛି ଳଘୁଚାପ। ୧୩ ରୁ ୧୫ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଦକ୍ଷିଣ ସମେତ ଉତ୍ତର ଓଡିଶାରେ ବର୍ଷାର ସମ୍ଭାବନା ରହିଛି। ମୁଖ୍ୟତଃ ୧୩ଟି ଜିଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ। ଏହାସହ ଉପକୂଳ ଓଡିଶାରେ ମଧ୍ୟ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି।

Leave A Reply

Your email address will not be published.