ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଚଳନ୍ତା ଅବସ୍ଥାରେ ବସରେ ଅଗ୍ନିକାଣ୍ଡ। ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟିଛି। ବସରେ ଥିବା ୩୧ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ନିଆଁ ଲାଗିଥିବା ବସରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ମେଦିନାପୁର ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ ମୃତାହତ ସୂଚନା ମିଳିପାରିନାହିଁ।

gpkandhamal

ଆଜି ରାତି ପ୍ରାୟ ସାଢ଼େ ୯ଟାବେଳେ ନିଆଁ ଲାଗିଛି। ବସଟି କଲକାତା ମାଧପୁର ଅଞ୍ଚଳର ବାବୁଘାଟରୁ ଓଡ଼ିଶାର ପାରାଦୀପକୁ ଆସୁଥିଲା। ଖଡ଼ଗପୁର ଅଞ୍ଚଳରେ ହଠାତ ନିଆଁ ଲାଗି ଯାଇଥବା ସୂଚନା ମିଳିଛି। ନିଆଁ ଲାଗିଯିବା ପରେ ବସଟି ସମ୍ପୂର୍ଣ୍ଣ ଜଳି ଯାଇଛି। ରାତି ପ୍ରାୟ ୯ରୁ ୧୦ଟା ମଧ୍ୟରେ ଅଘଟଣ ଆଶଙ୍କା କରାଯାଉଛି। ପଶ୍ଚିମ ମେଦିନାପୁର ଓ ଖଡ଼ଗପୁର ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛି। ଏହା ସହିତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Umasankar Adv
Leave A Reply

Your email address will not be published.