ଆରମ୍ଭ ହେଲାଣି କପା ଉତ୍ପାଦନ; ସକ୍ରିୟ ଆନ୍ଧ୍ର ଦଲାଲ, ଠକେଇ ଓ ଶୋଷଣର ଶିକାର ହେଉଛନ୍ତି ଚାଷୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଛି କପା ଉତ୍ପାଦନ । ଧାନ ଫସଲର ସମସାମୟିକ ଫସଲ ଭାବରେ କପା ମଧ୍ୟ ଉତ୍ପାଦନ କରାଯାଇଥାଏ । ବର୍ତ୍ତମାନ ଧାନ ଫସଲ ଅମଳ ସମୟ ହୋଇଥିବାବେଳେ ଚାଷୀ କପା ତୋଳିବା ମଧ୍ୟ ଆରମ୍ଭ କରିଛି । ତେବେ ଚିରାଚରିତ ପ୍ରଥା ଅନୁସାରେ ବଲାଙ୍ଗିରର ଧଳାସୁନା ଉପରେ ଆନ୍ଧ୍ରର ଲୋଭୀ ନଜର । ଗାଁ ଗାଁ ରେ ମାତିଲେଣି ଆନ୍ଧ୍ର ବ୍ୟବସାୟୀ । ଚାଷୀଙ୍କ ସହିତ ମୂଲଚାଲ କଲେଣି ଦଲାଲ । କପାତୋଳି ଚାଷୀ ଘରେ ଗଦା କରିଥିବାବେଳେ ଆନ୍ଧ୍ର ବେପାରୀଙ୍କ ହାତରେ ଟେକିଦେବାକୁ ପ୍ରସ୍ତୁତ ହେଉଥିବାର ଚିତ୍ର ବିଭିନ୍ନ ଗାଁରୁ ଆସୁଛି ।

gpkandhamal

ବଲାଙ୍ଗିର ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ କପା ଚାଷ କରାଯାଇଥାଏ । ତନ୍ମଧ୍ୟରୁ ପାଟଣାଗଡ, ଲୋଇସିଂହା, ସଦର, ପୁଇଁତଲା ବ୍ଲକରେ ଅଧିକ ପରିମାଣରେ କପା ଚାଷ କରୁଥିବା ଦେଖିବାକୁ ମିଳେ । ଚଳିତମାସ ଆରମ୍ଭରୁ ଚାଷୀମାନେ କପା ତୋଳିବା ଆରମ୍ଭ କରିଥିବାବେଳେ ଦୁଇ ସପ୍ତାହ କପା ତୋଳିଛନ୍ତି । କପାମଣ୍ଡି ଆରମ୍ଭ ହୋଇନଥିବାରୁ ଚାଷୀମାନେ ନିଜଘରେ କପା ସଂଗ୍ରହ କରି ରଖିଛନ୍ତି । ଏହାର ସୁଯୋଗ ନେଇ ଆନ୍ଧ୍ର, ମହାରାଷ୍ଟ୍ର ଅଞ୍ଚଳର କପା ବ୍ୟବସାୟୀ ମାନେ କପା ଉତ୍ପାଦିତ ଗାଁ ମାନଙ୍କରେ ଡେରା ପକାଇଥିବା ଖବର ଆସୁଛି । ଦଲାଲମାନେ ଚାଷୀମାନଙ୍କ ସହିତ ମୂଲଚାଲ କରୁଛନ୍ତି । ଅନେକ ସ୍ଥାନରେ ଗୋଚର ଓ ଜଙ୍ଗଲ ଜମିରେ ବେଆଇନ ଭାବରେ ଆନ୍ଧ୍ର ବେପାରୀ ମାନେ କପା ଚାଷ କରୁଥିବା ଅଭିଯୋଗ ହୋଇଛି ।

Umasankar Adv
Leave A Reply

Your email address will not be published.