ବିଜେଡ଼ିରେ ମିଶିଲେ ତିର୍ତ୍ତୋଲର ବରିଷ୍ଠ କଂଗ୍ରେସ ନେତା ନାରାୟଣ ଜେନା ଓ ତାଙ୍କ ସମର୍ଥକ

ଭୁବନେଶ୍ବର: ବିଜେଡ଼ି ମିଶ୍ରଣ ପର୍ବ । ଜଗତସିଂହପୁରରେ ଆହୁରି ବଢିଲା ବିଜେଡିର ଶକ୍ତି । କଂଗ୍ରେସ ଛାଡି ଆଜି ବିଜେଡିରେ ମିଶିଛନ୍ତି ଜଗତସିଂହପୁର ଜିଲ୍ଲାର ବରିଷ୍ଠ ନେତା ନାରାୟଣ ଜେନା।  ଛାତ୍ର ଓ ଯୁବ କଂଗ୍ରସର ସେ ବହୁ ଦାୟିତ୍ବ ତୁଲାଇଛି। ତିର୍ତ୍ତୋଲରେ କଂଗ୍ରେସର ସେ ଜଣେ ଟାଣୁଆ ନେତା ଭାବେ ପରିଚିତ। ନାରାୟଣଙ୍କ ସହ ତାଙ୍କର ଅନେକ ସମର୍ଥକ ମଧ୍ୟ ବିଜେଡିର ମିଶିଛନ୍ତି। ଅଜୟ ରାଉଳ, ପର୍ଶୁରାମ ଭଟ୍ଟ, ସତ୍ୟଭୂଷଣ ଦାସ, କ୍ଷୀରୋଦ ସେଠୀ, ରଶ୍ମିରଞ୍ଜନ ପରିଜା, ସଞ୍ଜୟ ମହାନ୍ତି, ନିରଞ୍ଜନ ମହାନ୍ତି, ନୃସିଂହ ଲେଙ୍କା, ଶୁଭ୍ରଜିତ ଲେଙ୍କା, ଅଶୋକ ସାହୁ, ଦେବୀ ପ୍ରସାଦ ରାଉଳ, ଦିନେଶ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଆଜି ବିଜେଡିରେ ସାମିଲ ହୋଇଛନ୍ତି।

ବରିଷ୍ଠ କଂଗ୍ରେସ ନେତା ନାରାୟଣ ଜେନା ଓ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଛନ୍ତି ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ। ୨୫ ବର୍ଷ ଧରି ଯେଉଁ ଦଳ ସହ ଥିଲି, ନବୀନବାବୁଙ୍କ ବିକାଶର ଧାରା ଯୋଗୁଁ ଦଳ ଛାଡି ବିଜେଡିର ମିଶିଛନ୍ତି ବୋଲି ନାରାୟଣ ଜେନା କହିଛନ୍ତି।

Umasankar Adv
Leave A Reply

Your email address will not be published.