ଜଳବାୟୁ ପରିବର୍ତ୍ତନରୁ ଓଡ଼ଶ ବଂଶ ବୃଦ୍ଧି

ସମ୍ପ୍ରତି ଏସୀୟ ରାଷ୍ଟ୍ରଗୁଡ଼ିକରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅହେତୁକ ଭାବେ ଅନୁଭୂତ ହେଉଥିବାରୁ ଓଡ଼ଶଙ୍କ ବଂଶବୃଦ୍ଧି ଚିନ୍ତାର କାରଣ ପାଲଟିଛି। ୭୦-୮୦ ଡିଗ୍ରୀ ଫାରେନ୍‌ହିଟ୍‌ (୨୧-୨୭ ଡିଗ୍ରୀ ସେଲସିଅସ୍‌) ତାପମାତ୍ରା ଏହି ରକ୍ତ ଶୋଷଣକାରୀ ପୋକକୁ ସୁହାଉଥିବାରୁ ଅସ୍ବାଭାବିକ ଉଷ୍ମତା ବୃଦ୍ଧିକୁ ଏଥିପାଇଁ ଦାୟୀ କରାଯାଉଛି। କାରଣ ତାପମାତ୍ରା ବଢ଼ିଲେ ଓଡ଼ଶଙ୍କ ତ୍ୱରିତ ବଂଶବିସ୍ତାର ହୋଇଥାଏ। ଓଡ଼ଶଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଫ୍ରାନ୍ସ ଓ ବ୍ରିଟେନ୍‌ ସମେତ ବିଭିନ୍ନ ରାଷ୍ଟ୍ରରୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ନିଜ ନିଜ ଜିନିଷପତ୍ରଗୁଡ଼ିକରେ ସତର୍କତାର ସହ କୀଟାଣୁନାଶକ ପ୍ରୟୋଗ କରିବାକୁ ପରାମର୍ଶ ଦେଉଛନ୍ତି। ତେବେ ଓଡ଼ଶ ଉପରେ କୀଟାଣୁନାଶକ ସିଞ୍ଚନ କଲେ ସୁଫଳ ମିଳି ନ ପାରେ ବୋଲି ଅଧିକାରୀମାନେ ସତର୍କ କରାଇଛନ୍ତି। ଓଡ଼ଶ ମଣିଷ ଓ ପ୍ରାଣୀଙ୍କ ରକ୍ତ ଶୋଷିଥାଏ। କିନ୍ତୁ ଏହା ରୋଗ ସଂକ୍ରାମକ ନୁହେଁ ବୋଲି ସିଓଲ ସିଟିର ଜଣେ ସ୍ବାସ୍ଥ୍ୟ ଅଧିକାରୀ ୟୁ-ମି କହିଛନ୍ତି।

ଦକ୍ଷିଣ କୋରିଆରେ ଡିଡିଟି କୀଟନାଶକ ପ୍ରୟୋଗ ଯୋଗୁଁ ୧୯୬୦ରୁ ୧୯୭୦ ଦଶକ ମଧ୍ୟରେ ଓଡ଼ଶ ବଂଶ ପ୍ରାୟତଃ ନିପାତ ହୋଇଯାଇଥିଲେ, କିନ୍ତୁ ଏବେ ଡିଡିଟି ବ୍ୟବହାରକୁ ନିଷେଧ କରାଯାଇଛି। ଓଡ଼ଶ ବୃଦ୍ଧି ଘଟିଲେ ରିପୋର୍ଟ ଗ୍ରହଣ ପାଇଁ ସିଓଲ ସିଟିରେ ଏକ କଲ୍‌ ସେଣ୍ଟର ଖୋଲାଯାଇଛି। ଫୋନ୍‌ କରିବା ମାତ୍ରେ ନିୟନ୍ତ୍ରଣ ପାଇଁ ଅଧିକାରୀ ପହଞ୍ଚୁଛନ୍ତି। ୩ଟି ପର୍ଯ୍ୟାୟରେ କୀଟାଣୁନାଶକ ପ୍ରୟୋଗ ପାଇଁ ନିର୍ଦେଶ ଦିଆଯାଇଛି।

Umasankar Adv
Leave A Reply

Your email address will not be published.