ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀକୁ ଜିଲ୍ଲା ସ୍ତରରେ ସମ୍ମାନୀତ

ଫୁଲବାଣୀ : ଉତ୍କଳ ଖଡୁରା ସମାଜ ଫୁଲବାଣୀ .. ଏବେ କେବଳ ଏକ ସଂଗଠନ ହୋଇ ନାହିଁ । ଜିଲ୍ଲା ସ୍ତରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ସାମାଜ ସେବାରେ ନିୟୋଜିତ ଥିବା ଏହି ସଂଗଠନ ଏବେ ଜିଲ୍ଲା ସ୍ତରରେ ସମ୍ମାନୀତ ହୋଇଛି । ଯାହା ଏବେ ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀକୁ ଆଗକୁ ଯିବାକୁ ପ୍ରୋସାହନ ଦେବ । ପୂର୍ବରୁ ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀ ଅନେକ ଜନକଲ୍ୟାଣ କାମ ଯଥା ଗରିବ ମାନଙ୍କୁ ସହାୟ ହେବା, ରକ୍ତଦାନ କରିବା, ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା, ବୃକ୍ଷରୋପଣ କରିବା ଭଳି ମହତ କର୍ମ କରି ଅଞ୍ଚଳରେ ଖୁବ୍ ପ୍ରଶଂସା ସାଉଁଟିଛି । ଏନେଇ ଅନେକ ଥର ବିଭିନ୍ନ ସ୍ଥାନରେ ଏହି ସଂଗଠନର କର୍ମକର୍ତ୍ତା ମାନେ ସମ୍ମାନୀତ ହୋଇଛନ୍ତି । ତେବେ ଲଗାତାର ଏହି ସଂଗଠନ ଖୁବ୍ କମ୍ ସମୟରେ ବହୁତ୍ କିଛି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରିଥିବାରୁ କନ୍ଧମାଳ ଶାଖାକୁ ରାଜ୍ୟରେ ସମ୍ମାନିତ କରାଯାଇଥିଲା। ଆଗକୁ ବି ଏ ସମାଜ ସେବା କାର୍ଯ୍ୟ ଜାରି ରହିବ ବୋଲି ସଂପାଦକ ସୁଚନା ଦେଇଛନ୍ତି।

Leave A Reply

Your email address will not be published.