ହନ୍ତାଲଗୁଡ଼ା ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ୫ ମୃତ

ଚିତ୍ରକୋଣ୍ଡା: ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର । ଚାଲିଗଲା ୫ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଏକ ଟିପର ଓଲଟି ୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସ୍ୱାଭିମାନ ଅଞ୍ଚଳରେ ରାସ୍ତାକାମ ପାଇଁ ଚିତ୍ରକୋଣ୍ଡାରୁ ସିମେଣ୍ଟ ଓ ଲୁହା ଛଡ଼ ନେଇ ଟିପରଟି ଯାଉଥିଲା। ଆହତ ଶ୍ରମିକଙ୍କୁ ବଡପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବିଏସଏଫ୍ ଯବାନ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡିଛି ।

gpkandhamal

ସୂଚନା ଅନୁସାରେ, ହନ୍ତାଲଗୁଡ଼ା ଘାଟିରେ ଟିପରର ବ୍ରେକ ଫେଲ ହୋଇଯିବାରୁ ଏପରି ଏକ ଦୁଃଖଦ ଘଟଣା ଘଟିଥିବା ଅନୁମାନ କରାଯାଉଛି।ଟିପରରେ ୧୦ ରୁ ୧୨ ଜଣ ଶ୍ରମିକ ଥିବା ଜଣାପଡ଼ୁଛି। ଦୁର୍ଘଟଣା ସ୍ଥଳରେ ବିଏସଏଫ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ବିଏସଏଫ ଯବାନମାନେ ଆମ୍ବୁଲାନ୍ସ ଯୋଗେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଉଛନ୍ତି । ସେଠାରେ ପ୍ରାଥମିକ ଚିକିତ୍ସା ଜାରି ରହିଛି। ମୃତ ଓ ଆହତ ଶ୍ରମିକମାନେ ମାଲକାନଗିରି ଜିଲ୍ଲାର ହୋଇଥିବା ଅନୁମାନ କରାଯାଉଛି।

Umasankar Adv
Leave A Reply

Your email address will not be published.