ଆଜି ସୃଷ୍ଟିହେବ ଲଘୁଚାପ

ଭୁବନେଶ୍ୱର: ସୋମବାର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ଏହି ଲଘୁଚାପ ଘନୀଭୂତ ହୋଇ ୨୯ ତାରିଖ ବେଳକୁ ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି। ଯଦି ଲଘୁଚାପଟି ବାତ୍ୟାର ରୂପ ନିଏ ତେବେ କେଉଁଠି ଲ୍ୟାଣ୍ଡଫଲ୍‌‌ କରିବ ତାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କିଛି ମଡେଲ ବାତ୍ୟାଟି ବଂଲାଦେଶରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରୁଥିବା ବେଳେ କିଛି ମଡେଲ ଏହା ଆନ୍ଧ୍ର ଉପକୂଳ ଆଡ଼କୁ ଯିବା ନେଇ ଆକଳନ କରୁଛନ୍ତି। ତେବେ ସମ୍ଭବତଃ ଏହାର ଓଡ଼ିଶା ଉପରେ କୌଣସି ସିଧାସଳଖ ପ୍ରଭାବ ନ ପଡ଼ିବା ନେଇ ଅଧିକାଂଶ ମଡେଲ୍‌‌ ଇଙ୍ଗିତ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଇଏମ୍‌‌ଡି ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ଏହା ୨୯ ସୁଦ୍ଧା ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି।

gpkandhamal

ବିଭାଗର ସୂଚନା ଅନୁଯାୟୀ ବର୍ତ୍ତମାନ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ୨ଟି ଘୂର୍ଣ୍ଣିବଳୟ ରହିଛି। ଦକ୍ଷିଣ ଆଣ୍ଡାମାନ୍‌‌ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଏକ ଲଘୁଚାପ ସୃଷ୍ଟି ହେବ। ପରେ ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୯ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ତେବେ ଅବପାତ ପ୍ରଭାବରେ କେଉଁଠି ବର୍ଷା ହେବ ସେ ନେଇ ବିଭାଗ କୌଣସି ସୂଚନା ଦେଇ ନ ଥିବା ବେଳେ ଲଘୁଚାପ ସୃଷ୍ଟି ହେବାପରେ ତା’ର ଗତି କେଉଁଆଡେ ରହୁଛି ଓ କେଉଁ ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ ସେ ନେଇ ସ୍ପଷ୍ଟ ସୂଚନା ମିଳିବ। ଅନ୍ୟପଟେ ଲଘୁଚାପ ଉପକୂଳ ନିକଟତର ହେଲେ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁର ପ୍ରବେଶ ବଢ଼଼ିବ। ଯାହାଦ୍ୱାରା ବର୍ତ୍ତମାନ ତୁଳନାରେ ଥଣ୍ଡା କମିବ।

Umasankar Adv
Leave A Reply

Your email address will not be published.