ବୈପାରିଗୁଡା ଥାନା ଆଇଆଇସିଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା, ବସରେ ଘରକୁ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ

ଜୟପୁର : ଲକ୍ଷାଧିକ ନଗଦ ଟଙ୍କା ସହ ଧରାପଡିଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ। ବୈପାରିଗୁଡାରୁ ସେ ଟଙ୍କା ନେଇ ବସରେ କଟକ ଯାଉଥିବା ବେଳେ ସୂଚନା ପାଇ ଭିଜିଲାନ୍ସର ଏକ ଟିମ୍ ଆଇଆଇସିଙ୍କୁ ଜୟପୁର ନିକଟରେ ଅଟକାଇଥିଲା । ତଲାସୀ ବେଳେ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏତେ ଟଙ୍କା କେଉଁଠାରୁ ଆଣିଲେ ବୋଲି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଆଇଆଇସି ।

gpkandhamal

ପରେ ବୈପାରିଗୁଡା ଥାନାରେ ତାଙ୍କ ଅଫିସ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଖାନତଲାସୀ ବେଳେ ମିଳିଥିଲା । ତାଙ୍କଠାରୁ ମୋଟ ସାଢେ ୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଆଜି ଭିଜିଲାନ୍ସ ପକ୍ଷରୁ ଆଇଆଇସିଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ ହେବା ନେଇ ସୂଚନା ରହିଛି। ଏହାସହ ସୁଶାନ୍ତଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚରା କରୁଛି। ଆଇଆଇସି ସୁଶାନ୍ତ କୁମାରଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଗତକାଲି ଭିଜିଲାନ୍ସ ତାଙ୍କୁ ଧରିଥିଲା।

Umasankar Adv
Leave A Reply

Your email address will not be published.