‘ଡ଼ିପ୍ ଫେକ’ର ଶିକାର ହେଲେ ଦୌଡ଼ରାଣୀ ଦୂତି ଚାନ୍ଦ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଭୁବନେଶ୍ବର: ସୁନ୍ଦରୀ ରଶ୍ମିକା ଆଉ ସାରାଙ୍କ ପରେ ‘ଡ଼ିପ୍ ଫେକ’ର ଶିକାର ହେଲେ ଦୌଡ଼ରାଣୀ ଦୂତି ଚାନ୍ଦ । ନିକଟରେ ଦୂତି ଏକ ଫଟୋ ସୋସିଆଲ ମିଡିଆ ‘ଏକ୍ସ’ରେ  ପୋଷ୍ଟ କରିଥିଲେ। ଯାହାର ସମାନ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୂତି ଚାନ୍ଦଙ୍କ ସ୍ଥାନରେ ତାମିଲର ଜଣେ ହିରୋଇନ କାଶ୍ମିରା ପରେଦେଶୀଙ୍କ ଫଟୋ ଭାଇରାଲ ହେଉଛି। ତେବେ ଡିପ ଫେକକୁ ନେଇ ଦୌଡ଼ରାଣୀ ଦୂତି ଚାନ୍ଦ କିିଛି ସୂଚନା ଦେଇ ନ ଥିବା ବେଳେ ଏହି ଫୋଟଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

gpkandhamal

ଡିପ ଫେକକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି । ଡିପ ଫେକଏପରି ଏକ ଟେକନୋଲୋଜି, ଯେଉଁଥିରେ ଭିଡ଼ିଓ କିମ୍ବା ଫଟୋ ଏକଦମ ଅସଲି ଲାଗିଥାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା  ଏଆଇ ଦ୍ୱାରା ଏହା ପ୍ରସ୍ତୁତ କରାଯାଏ । ଏଭଳି ଭିଡ଼ିଓରେ ଅସଲି ଓ ନକଲି ମଧ୍ୟରେ ତଫାତ ଜାଣିବା ନିହାତି କଷ୍ଟକର ବ୍ୟାପାର । ତେବେ ଏହା ଅସମ୍ଭବ ନୁହେଁ । ଏହି ଟେକ୍ନୋଲୋଜି ଦ୍ୱାରା ସ୍ୱର ମିଶା ଯାଇ ପାରୁଛି । ଦୁଇଟି ଶରୀର ମଧ୍ୟରେ ତାରତମ୍ୟ ଜାଣି ହେଉନାହିଁ । ଏନକୋଡର ଓ ଡିକୋଡରର ମିଶ୍ରଣରେ ତିଆରି ହୁଏ ଡିପ ଫେକ ଭିଡ଼ିଓ । ଜେନେରେଟିଭ ଆଡଭର୍ସିଆଲ ନେଟୱର୍କ ଦ୍ୱାରା ଉଭୟକୁ ମିଶ୍ରଣ କରାଯାଏ । ଏନକୋଡର ନେଟୱର୍କରେ ଅସଲି ଭିଡ଼ିଓର ଚେହେରାକୁ ଅନୁଶୀଳନ କରାଯାଇ, ଡିକୋଡରକୁ ତଥ୍ୟ ପ୍ରଦାନ କରେ । ସେହି ତଥ୍ୟ ଆଧାରରେ ଭିଡ଼ିଓ ପ୍ରସ୍ତୁତ କରାଯାଏ ।

Umasankar Adv
Leave A Reply

Your email address will not be published.