‘ନୂଆ-ଓ’ କାର୍ଯ୍ୟକ୍ରମରେ ସାମିଲ ହେଲେ ୫୦ ହଜାରରୁ ଉର୍ଦ୍ଧ୍ୱ ଦଳ ଓ ୨ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଶାର ଯୁବବର୍ଗ ମାନଙ୍କ ଉନ୍ନତି, ସଶକ୍ତିକରଣ ଏବଂ ସାମଗ୍ରିକ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା “ନୂଆ -ଓ” କାର୍ଯ୍ୟକ୍ରମର ନିମନ୍ତେ ଯୁବ ବର୍ଗଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।

ଏହି କ୍ରମରେ ୧୩ ରୁ ୩୫ ବର୍ଷ ବୟସ ବର୍ଗଙ୍କ ନିମନ୍ତେ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ୫୦ ହଜାରରୁ ଊର୍ଦ୍ଧ୍ୱ ଦଳ ପଞ୍ଜିକରଣ କରଣ କରିଛନ୍ତି । ଯେଉଁଥିରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ ରହିଛନ୍ତି । ଏହି ଦଳ ଗୁଡ଼ିକ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ, ଜିଲ୍ଲା ତଥା ରାଜ୍ୟ ସ୍ତରରେ ଅନୁଷ୍ଠିତ କ୍ରିକେଟ, ହକି, ଫୁଟବଲ, କବାଡ଼ି, ଖୋ-ଖୋ ଏବଂ ଭଲିବଲ ଆଦି କ୍ରୀଡ଼ା ବର୍ଗରେ ଅଂଶଗ୍ରହଣ କରିବେ ।

Umasankar Adv
gpkandhamal

ଏଥିରେ ରାଜ୍ୟ ସ୍ତରରେ ଚମ୍ପିଅନ ଦଳକୁ ୨ ଲକ୍ଷ, ରନର୍ସଅପକୁ ଏକ ଲକ୍ଷ ଏବଂ ଦ୍ୱିତୀୟ ତଥା ତୃତୀୟ ରନର୍ସଅପକୁ ୫୦ ହଜାର ଲେଖାଏଁ ଅର୍ଥ ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ଜିଲ୍ଲା ଓ ମହାନଗର ନିଗମ ସ୍ତରରେ କୃତି ଦଳକୁ ୨୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯିବ। ବ୍ଲକ, ଏନଏସି, ମ୍ୟୁନିସିପାଲିଟି ସ୍ତରରେ କୃତି ଦଳକୁ ୧୦ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯିବ।

ସେହିପରି ରାଜ୍ୟର ୨ହଜାରରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନରେ ଚଳିତ ନଭେମ୍ବର ୧୫ ରୁ ଆରମ୍ଭ ହୋଇଥିବା ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.