ଆଜିଠାରୁ ଓଡ଼ିଶା ମହିଳା ଲିଗ୍‌, ଭାଗ ନେବେ ୬ଟି ଦଳ

କଟକ: ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା (ଫାଓ), ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ସହଯୋଗରେ ଓଡ଼ିଶା ମହିଳା ଲିଗ୍‌(ଓଡବ୍ଲ୍ୟୁଏଲ)-୨୦୨୩-୨୪ ଚଳିତ ଡିସେମ୍ବର ୬ରୁ ୨୦୨୪ ଜାନୁଆରୀ ୬ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ବରରେ ଖେଳାଯିବ। ଏଥିରେ ମୋଟ ୬ଟି ଦଳ ସ୍ପୋର୍ଟସ ଓଡ଼ିଶା, ରାଇଜିଂ ଷ୍ଟୁଡେଣ୍ଟ୍‌ସ କ୍ଲବ, ଓଜିପି କ୍ଲବ, କିଟ୍‌ ଓ କିସ୍‌, ଆରଦୋର ଏକାଡେମୀ ଓ ନୀତା ଫୁଟବଲ ଏକାଡେମୀ ଅଂଶଗ୍ରହଣ କରିବେ। ମ୍ୟାଚ ଗୁଡ଼ିକ କଟକର ଓଟିଏମ୍‌ ଗ୍ରାଉଣ୍ଡ ଚୌଦ୍ବାର, ୟୁନିଟ୍‌-୧ ଭୁବନେଶ୍ବର ଫୁଟବଲ ଏକାଡେମୀରେ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ମୋଟ୍‌ ୩୦ଟି ମ୍ୟାଚ ଖେଳାଯିବ। ଲିଗ୍‌ ଆଧାରରେ ଶ୍ରେଷ୍ଠ ଦଳ ବିଜେତା ଆଖ୍ୟା ଅର୍ଜନ କରିବ। ବୁଧବାର ଓଟିଏମ୍‌ ଗ୍ରାଉଣ୍ଡରେ ଉଦ୍‌ଘାଟନୀ ମ୍ୟାଚରେ ଆଦୋର ଏଫ୍‌ଏ-କିଟ୍‌ ଓ କିସ୍‌କୁ ଭେଟିବ ବୋଲି ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.