କାନାରା ବ୍ୟାଙ୍କର ପିପିଲି ଶାଖା ଉଦ୍‌‌ଘାଟିତ

ପିପିଲି : ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାନାରା ବ୍ୟାଙ୍କର ଏକ ନୂତନ ଶାଖା ପିପିଲି ପୌରାଞ୍ଚଳର ହାଟଛକ ଠାରେ ଶୁକ୍ରବାର ଉଦ୍‌‌ଘାଟିତ ହୋଇ ଯାଇଛି। ଏହି ନୂତନ ଶାଖା ସମେତ ସେଠାରେ ଏମ୍ଏସ୍ଏମ୍ଇ ଆଉଟରିଚ୍‌‌ କାର୍ଯ୍ୟକ୍ରମକୁ ବ୍ୟାଙ୍କର ମଣ୍ଡଳ ମୁଖ୍ୟ ଜଗଦୀଶ ଚନ୍ଦର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ଗ୍ରାହକ ସମାବେଶରେ ଶ୍ରୀ ଚନ୍ଦରଙ୍କ ସମେତ କାନାରା ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ ମହାମାୟା ପ୍ରସାଦ ରାଏ, ସହାୟକ ମହାପ୍ରବନ୍ଧକ ରୀତା ଦାସ, ଡିଭିଜନାଲ ମ୍ୟାନେଜର ବେଦବ୍ୟାସ ପ୍ରଧାନ, ପିପିଲି ଶାଖା ମୁଖ୍ୟ ରତିକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ରାଜ୍ୟର ଅର୍ଥନୈତିକ ଅଗ୍ରଗତିରେ କାନାରା ବ୍ୟାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିବା ସଂପର୍କରେ ଆଲୋକପାତ କରିଥିଲେ।

ଏଠାରେ ଗ୍ରାହକ ସେବାକୁ ପ୍ରାଥମିକତା ଦିଆଯିବା ସହ ସମସ୍ତ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଖୁବ୍‌‌ ଶିଘ୍ର ସେଠାରେ ଲକର ସୁବିଧା ଉପଲବ୍ଧ ହେବ ବୋଲି ଅତିଥିମାନେ ପ୍ରକାଶ କରିବା ସହ ଏମଏସ୍‌‌ଏମଇ ଋଣ, ମୁଦ୍ରା ଋଣ, ସୁନା ବନ୍ଧକ ଋଣ, ଏସ୍‌‌ଏଚ୍‌‌ଜି ଋଣ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଋଣ ଏବଂ ବ୍ୟାଙ୍କିଂ ସେବା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। ଶେଷରେ ଡିଭିଜନାଲ ମ୍ୟାନେଜର ଦୀପକ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

Umasankar Adv
Leave A Reply

Your email address will not be published.