ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ୱର ଧାମର ମହନ୍ତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ

ପୁରୀ : ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ୱର ଧାମର ମହନ୍ତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ଗତକାଲି ଭୁବନେଶ୍ୱରରରେ ପହଞ୍ଚିବାପରେ ସନ୍ଧ୍ୟାରେ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରେ ପ୍ରାୟ ୧ ଘଣ୍ଟା ରହଣି କାଳରେ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇପଡ଼ିଥିଲେ ବାଗେଶ୍ୱର ଧାମ ବାବା । ଏହାପରେ ବିମଳା ଓ ଲକ୍ଷ୍ମୀ ମନ୍ଦିରରେ ଦର୍ଶନ ସାରି ସେ ଶ୍ରୀମନ୍ଦିର ଭିତରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ମହାପ୍ରସାଦ ସେବନ କରିଥିଲେ।

ମହାପ୍ରଭୁଙ୍କ ଦର୍ଶନ କରିବା ଖୁବ ସୁନ୍ଦର ଅନୁଭୂତି ଥିଲା ବୋଲି ସେ ନିଜ ପ୍ରତିକ୍ରିୟାରେ କହିଥିଲେ। ବଢ଼ିଆ ଦର୍ଶନ ହେଲା। ବ୍ୟବସ୍ଥା ଭଲ ଥିଲା। ଓଡ଼ିଶାବାସୀଙ୍କ ମଙ୍ଗଳ କାମନା ପାଇଁ ମହାପ୍ରଭୁଙ୍କ ପାଖରେ ଗୁହାରୀ କରିଛି ବୋଲି ବାଗେଶ୍ୱର ବାବା କହିଥିଲେ। ଏହାସହ ଜାନୁଆରୀ ୧୭ରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଲାଗି ପ୍ରତିକ୍ରିୟା ଦେଇ ସେ କହିଥିଲେ, ‘ସମସ୍ତ ଭାରତୀୟଙ୍କ ବିଜୟ ହେବ’ । ସେପଟେ ହନୁମାନ ସାଧକ ବାବା ବାଗେଶ୍ୱରଙ୍କୁ କଟକ ଧବଳେଶ୍ୱର ମନ୍ଦିରର ପୂଜକ ସୀତେଶ କୁମାର ପତ୍ରୀ ଏକ ପିତ୍ତଳର ଗଦା ଉପହାରରେ ଦେଇଥିଲେ। ଯାହାର ଓଜନ ପ୍ରାୟ ସାଢ଼େ ଛଅ କିଲୋ ଓ ମୂଲ୍ୟ ୧୨ ହଜାର ଟଙ୍କା ଅଟେ । ଏହାକୁ ଟାଙ୍ଗୀସ୍ଥିତ ଭଟିମୁଣ୍ଡାରେ ତିଆରି କରାଯାଇଥିଲା । ବାଗେଶ୍ୱର ବାବାଙ୍କୁ ଦେଖିବା ଲାଗି ଶ୍ରୀମନ୍ଦିର ଓ ସିଂହଦ୍ୱାରରେ ପ୍ରବଳ ଭିଡ଼ ଜମିଥିଲା ।

Umasankar Adv
Leave A Reply

Your email address will not be published.