ଭାରସାମ୍ୟ ହରାଇ ଗଛରେ ପିଟିହେଲା ବରଯାତ୍ରୀ କାର : ୨ ମୃତ, ଜଣେ ଗୁରୁତର

ବାଙ୍କୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟିହୋଇଗଲା ବରଯାତ୍ରୀ କାର। ଯାହା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବାଙ୍କୀ ରଣଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଛି।

gpkandhamal

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କାରଟି ଆଠଗଡ଼ରୁ ବାଙ୍କୀ ମକୁନ୍ଦୁପୁରକୁ ବରଯାତ୍ରୀଙ୍କୁ ନେଇ ଯାଉଥିଲା। ଯାଉଥିବା ସମୟରେ ଭାରସାମ୍ୟ ହରାଇ କାର୍‌ଟି ଗଛରେ ପିଟିହୋଇଯାଇଥିଲା। ଫଳରେ କାର୍‌ରେ ଥିବା ତିନି ଜଣ ଗୁରୁତର ହୋଇଥିଲେ। ଏହାପରେ ସେମାନଙ୍କୁ ଅଗ୍ନିଶମ ବିଭାବ, ପୁଲିସ ଓ ସ୍ଥାନୀୟ ଲୋକ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି। ସମସ୍ତ ମୃତାହତ ଆଠଗଡ଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

Umasankar Adv
Leave A Reply

Your email address will not be published.