ବାଲି ବୋଝେଇ ଟିପରକୁ ଧକ୍କା ଦେଲା ହାଇୱା, ଜଳିଗଲା ଟ୍ରକ୍

ଆଠମଲ୍ଲିକ : ଜଳିଗଲା ବାଲି ବୋଝେଇ ଟ୍ରକ୍ । କିଆକଟା ପୂର୍ତ୍ତ ରାସ୍ତାର ଏକ ଢ଼ାବା ନିକଟରେ ଦୁର୍ଘଟଣା ଘଟିଛି । ବାଲି ବୋଝେଇ ଟିପର ଯାଉଥିବା ସମୟରେ ପଛରୁ ଆସୁଥିବା ଅନ୍ୟ ଏକ ବାଲି ବୋଝେଇ ହାଇୱା ଟିପରକୁ ଅତିକ୍ରମ କରୁଥିବା ବେଳେ ପଛରୁ ଧକ୍କା ଦେଇଥିଲା । ହାଇୱା ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇ ଥିବା ବେଳେ ଟିପରଟି ଆଂଶିକ ଜଳିଯାଇଛି। କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ମଧ୍ୟରାତ୍ରରେ ଘଟିଛି ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.