ପୁରୀରେ ଦେଖିପାରିବେ ନିଃଶୁଳ୍କ ବାଲୁକା କଳା, ପୁନଃ ଲୋକାର୍ପିତ ହେଲା ଶିଳ୍ପୀ ମାନସ କୁମାରଙ୍କ ବାଲୁକା ପାର୍କ

ପୁରୀ: ପୁନଃ ଲୋକାର୍ପିତ କରାଯାଇଛି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା ପାର୍କଟି । ସବୁ ବର୍ଷ ଭଳି ଏବର୍ଷ ଖ୍ରୀଷ୍ଟମାସ ପାଇଁ ପୁରୀ ଲାଇଟ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ୟୁରୋ୍ପିୟାନ ଢାଞ୍ଚାର ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି । ଭାରତର ଏହା ଏକମାତ୍ର ବାଲୁକା କଳା ପାର୍କ ଯେଉଁଥିରେ ସମସ୍ତେ ନିଃଶୁଳ୍କ ବର୍ଷ ବର୍ଷ ଧରି ଅତି ନିଖୁଣ ବାଲୁକା କଳା ମାନ ଦେଖିପାରିବେ। ଏଥିରେ ବିଭିନ୍ନ ଥିମ କୁ ନେଇ ବାଲୁକା କଳା ମାନ କରାଯାଇଛି ।

gpkandhamal

ପ୍ରଥମ ବାଲୁକା କଳାରେ ସୁଦୂର ସହରରୁ ଛୋଟ ପିଲା ଦୁଇଟି ଟାଇମ୍ ମେସିନ୍ ଦ୍ୱାରା ୨୦୭୪ ରୁ ପୁରୀ ବୁଲି ଆସିଛନ୍ତି ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିରର ପ୍ରକଳ୍ପକୁ ଦେଖିବାପାଇଁ । ୫୦ ବର୍ଷ ପରେ ପୁରୀ ର ଦୃଶ୍ୟ କେତେ ମନୋହର ହୋଇ ପାରିଛି ତାହା ଦେଖି ଅତ୍ୟନ୍ତ ଖୁସି ହୋଇଛନ୍ତି ।

Umasankar Adv
Leave A Reply

Your email address will not be published.